jayashree

ମଣିପୁରରେ ମହିଳାଙ୍କ ଉପରେ ହେଉଥିବା ଅକଥନୀୟ ଅମାନବୀୟ ଅତ୍ୟାଚାର ପ୍ରତିବାଦରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଛି ଜ୍ଞାନଜ୍ୟୋତି ସାବିତ୍ରୀ ଫୁଲେ ମହାସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିପୁରରେ ମହିଳାଙ୍କ ଉପରେ ହେଉଥିବା ଅକଥନୀୟ ଅମାନବୀୟ ଅତ୍ୟାଚାର ପ୍ରତିବାଦରେ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଛି ଜ୍ଞାନଜ୍ୟୋତି ସାବିତ୍ରୀ ଫୁଲେ ମହାସଂଘ । ମହାସଂଘର ସଦସ୍ୟାମାନେ ବିଭିନ୍ନ ସ୍ଲୋଗାନ ସହ ଏକ ବିଶାଳ ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଭାରତବର୍ଷରେ ନାରୀ ପ୍ରତି ପ୍ରତିମୁହୂର୍ତ୍ତରେ ଅକଥନୀୟ ଅତ୍ୟାଚାର ହେଉଥିବା ବେଳେ ଏହାକୁ ରୋକିବା ଦିଗରେ ବିଫଳ ହୋଇଛନ୍ତି ସରକାର । ନିଜ ଦେଶରେ ନାରୀ ଆଜି ଅତ୍ୟାଚାରର ସମ୍ମୁଖୀନ ହେଉଛି, କିନ୍ତୁ ଏଥିପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା କ୍ଷୋଭର ବିଷୟ । ଗତ ମେ’ ମାସ ୩ ତାରିଖରୁ ମଣିପୁର ରାଜ୍ୟରେ ଆଦିବାସୀ ମହିଳାମାନଙ୍କ ଉପରେ ଅମାନବୀୟ ଅତ୍ୟାଚାର ଲାଗି ରହିଥିବା ବେଳେ ଏହାକୁ ଦୃଢ଼ ନିନ୍ଦା କରିଛି ଜ୍ଞାନଜ୍ୟୋତି ସାବିତ୍ରୀ ଫୁଲେ ମହାସଂଘ । ମଣିପୁରରେ ମହିଳାମାନଙ୍କ ଉପରେ ହେଉଥିବା ବର୍ବର ଅତ୍ୟାଚାରକୁ ବନ୍ଦ କରାଯାଇ ନାରୀଙ୍କୁ ସମ୍ମାନ ପାଇଁ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.