୧୫୦ ଫୁଟ୍‌ ଘାଟି ତଳକୁ ଖସିଲା ବସ୍‌ : ୧୫ ଜଣ ମୃତ

ନୂଆଦିଲ୍ଲୀ : ଜମ୍ମୁକାଶ୍ମୀରର ଅଖନୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । କୁରୁକ୍ଷେତ୍ରରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଘାଟି ତଳକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ, ବସ୍‌ରେ ଯାତ୍ରା କରୁଥିବା ସମସ୍ତ ଶ୍ରଦ୍ଧାଳୁ ହରିୟାଣାର କୁରୁକ୍ଷେତ୍ରର ବାସିନ୍ଦା । ଏମାନେ ସମସ୍ତେ ଶିବ ଖୋରୀ ଦର୍ଶନ ପାଇଁ ଯାଉଥିଲେ । ବସ୍ ଅଖନୁରର ଚୁଙ୍ଗି ମାଡ ଅଞ୍ଚଳର ଟାଙ୍ଗଲି ମୋଡ୍ ଦେଇ ଯାଉଥିଲା, ସେତିକିବେଳେ ବସ୍‌ଟି ଭାରସାମ୍ୟ ହରାଇ ପ୍ରାୟ ୧୫୦ ଫୁଟ୍‌ ଘାଟି ତଳକୁ ଖସିପଡିଥିଲା । ଫଳରେ ୧୫ ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛି । ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଅଖନୋର ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.