oom

ତୋଷାଳୀ ସାମ୍ବାଦିକ ସଙ୍ଘ ଗଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ସହରର ଇଷ୍ଟ ଦେବୀ ମାଁ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ବୁଧବାର ତୋଷାଳୀ ସାମ୍ବାଦିକ ସଙ୍ଘ ଗଠିତ ହେବା ସହ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ମନୋଜ କୁମାର ଜୈନଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିବା ବେଳେ ଆଇନଜୀବୀ ତଥା ସମାଜସେବୀ ବୀରେନ୍ଦ୍ର ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ନିର୍ଭିକ ଭାବେ ଖବର ପରିବେଷଣ କରିବା ସହ ଲୋକମାନଙ୍କ ଅସୁବିଧା ଗୁଡିକ ପ୍ରଶାସନ ପାଖରେ ପହଞ୍ଚାଇ ତାର ସମାଧାନ କରିବା ସହ ଅଞ୍ଚଳର ମୁଖ୍ୟ ସମସ୍ୟା ଗୁଡିକ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିବାକୁ ଆହ୍ୱାନ କରିଥିଲେ । ସର୍ବସମ୍ମତି କ୍ରମେ ସଭାପତି- ଶମ୍ଭୁ ପ୍ରସାଦ ସାହୁ, ଉପ ସଭାପତି- ଅରବିନ୍ଦ ବିଶ୍ୱାଳ, ସମ୍ପାଦକ- ମନୋଜ କୁମାର ଜୈନ, ସହ ସମ୍ପାଦକ- ପଞ୍ଚାନନ ନାଏକ, କୋଷାଧ୍ୟକ୍ଷ ହରିଶଙ୍କର ବାଗ ରହିଥିବା ବେଳେ କମିଟିର ସଦସ୍ୟ ଭାବେ ଶେଷ ଦେବ ମେଲ୍ଲୀ (ସମାଜ), ମାନୁ ମହାକୁଡ଼ (ସମାଜ), ଦୀପା ଶର୍ମା (କନକ ଟିଭି), ସୁନ୍ଦର ସାହୁ (ଓଡିଶା ହାଲଚାଲ), ଲଳିତ ସାହୁ (ମହକ ଟିଭି), ତ୍ରିନାଥ ପ୍ରଧାନ (ଓଡ଼ିଆ ବାର୍ତ୍ତା), ମାମି କୁମାରୀ ପ୍ରଧାନ (ସ୍ୱାସ୍ଥ୍ୟ ସମାଚାର), ଦିନ ଦୟାଲ କେଡ଼ିଆ (ନବଭାରତ), ଜିତୁ ରଣା (ମିର୍ଚା ଟିଭି), ମିତା ସାହୁ (ଏକ୍ସନ ନେସନାଲ) ଆଦି କମିଟିର ସଦସ୍ୟ ରହିଛନ୍ତି । ପରାମର୍ଶ ଦାତା ଭାବେ ଚନ୍ଦ୍ରଭାନୁ ମୌଲାନା ( ନ୍ୟୁଜ୧୮ର ଜିଲ୍ଲା ସାମ୍ବାଦିକ ), ବୀରେନ୍ଦ୍ର ଝାଙ୍କାର ( ଧରିତ୍ରୀ ଜିଲ୍ଲା ସାମ୍ବାଦିକ ), ସୁଧାଂଶୁ ଶେଖର ରାଉତ (ଫୋକସ ପ୍ଲସ ଏମ.ଡି ଭୂବନେଶ୍ୱର), ସଞ୍ଜୟ ବେହେରା ( ନକ୍ଷତ୍ର ନ୍ୟୁଜ ଜିଲ୍ଲା ସାମ୍ବାଦିକ ଓ ଏ.ଏନ.ଆଇ ସାମ୍ବାଦିକ), ପ୍ରମୋଦ କୁମାର ନାଏକ ( ଆଇନଜୀବୀ ଓ ପୂର୍ବତନ ଜିଲ୍ଲା ବାର ଏସୋସିଏସନ ସେକ୍ରେଟେରୀ), ଦିନ ଦୟାଲ କେଡ଼ିଆ (ନବଭାରତ ସାମ୍ବାଦିକ), ବୀରେନ୍ଦ୍ର ବାଗ ( ଆଇନଜୀବୀ ତଥା ହୁମାନ ରାଇଟ ଅଧ୍ୟକ୍ଷ), ନିବେଶ ପାଣିଗ୍ରାହୀ (ମୋର ସମୀୟା ସାମ୍ବାଦିକ), ମାନସ ମହାନ୍ତି (ନନ୍ଦିଘୋଷ ଟିଟିଲାଗଡ ସାମ୍ବାଦିକ) ରହିଥିବା ବେଳେ ଶେଷରେ ହରିଶଙ୍କର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.