-୨ବର୍ଷପରେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ତୋଷରା ପୁଲିସ
ସଇଁତଳା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ତୋଷରା ଅନ୍ତର୍ଗତ ବଡ଼ବାହାଲ ଗାଁ’ର କିଶୋର କୁମାର ସାହୁ ନାମକ ଜଣେ ଭିନ୍ନକ୍ଷମ ଶିକ୍ଷକଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାକୁ ନେଇ ତୋଷରା ଥାନାରେ ଅଭିଯୋଗ କରିଥିଲେ, କିନ୍ତୁ ତାଙ୍କର କୌଣସି କଥା ଶୁଣିଲା ନାହିଁ ପୁଲିସ । ପାଲଟା ଭିନ୍ନକ୍ଷମ ବୋଲି ମତରଖି ପୁଲିସ ନ୍ୟାୟ ଦେବା ବଦଳରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା, ପରିବର୍ତ୍ତେ ଖସେଇ ଦେଇଥିଲା । ବର୍ତ୍ତମାନ ଅଭିଯୁକ୍ତ ମାନେ ବାହାରେ ବୁଲାବୁଲି କରୁଥିଲେ ମଧ୍ୟ ଗିରଫ କରାଯାଉ ନାହିଁ ବୋଲି ଶିକ୍ଷକ ଜଣକ ଅଭିଯୋଗ କରିଛନ୍ତି । ଭିନ୍ନକ୍ଷମ ଶିକ୍ଷକ କିଶୋର ସାହୁଙ୍କ ଅଭିଯୋଗ ଅନୁଯାୟୀ ସେ ସ୍କୁଲରୁ ଘରକୁ ଫେରୁଥିବା ବେଳେ ବାଟରେ, କିଛି ଅସାଧୁ ବ୍ୟକ୍ତି ଅଟକାଇ ମରଣାତ୍ମକ ଆକ୍ରମଣ କରି ଲହୁଲୁହାଣ କରି ୧୦ ହଜାର ଟଙ୍କା ଲୁଟି ନେଲାପରେ, ପୁଣି ଘରକୁ ଯାଇ ଦୃବୁର୍ତ୍ତମାନେ ତାଙ୍କ ସ୍ତ୍ରୀଙ୍କୁ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲେ ବୋଲି ସେ ପ୍ରକାଶ କରିଛନ୍ତି । ଏତେ ବଡ଼ ଘଟଣାକୁ ପୁଲିସ ଗୁରୁତର ସହ ନେଇ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପରିବର୍ତ୍ତେ କାହିଁକି ଛାଡିଦେଲା ପୁଲିସ ପୁଲିସ । ତୋଷରା ପିଏସ କେଶ ନଂ ୧୮/୦୮/୨୦୨୨ ଅନୁଯାୟୀ ଘଟଣାକୁ ପ୍ରାୟ ୩ ବର୍ଷରୁ ଅଧିକ ହେଲାଣି, କିନ୍ତୁ ଏହା ପରେ ମଧ୍ୟ ପୁଲିସର ନୀରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି, କେଉଁ କାରଣରୁ ଏତେ ବର୍ଷ ବିତିଯାଇଥିଲେ ସୁଦ୍ଧା ବଲାଙ୍ଗିର ପୁଲିସ ପକ୍ଷରୁ ତତ୍ପରତା ଦେଖାଯାଇନାହିଁ, ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କାହିଁକି ଚାହୁଁ ନାହିଁ ପୁଲିସ । ଅଭିଯୁକ୍ତ ପିଣ୍ଟୁ ସାହୁ, ପିଙ୍କୁ ସାହୁ ଓ କୁଶ ସାହୁଙ୍କୁ ପୁଲିସ ଫେରାର କରିଦେଇଥିଲା, ଥାନା ଚାରି ପଟେ ରାଉଣ୍ଡ ମାରୁଥିଲେ ମଧ୍ୟ ସେମାନଙ୍କୁ କାହିଁକି ଗିରଫ କରାଯାଉ ନାହିଁ । ଏନେଇ ଭିନ୍ନକ୍ଷମ ଶିକ୍ଷକ କିଶୋର ସାହୁ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ଅଭିଯୋଗ କରିଛନ୍ତି ଯେ, ସେ ଜଣେ ଭିନ୍ନକ୍ଷମ ହୋଇଥିବା କାରଣରୁ ପୁଲିସକୁ ନ୍ୟାୟ ଦେବା ପାଇଁ କୁଆଡ଼େ ସମସ୍ୟା ହେଉଛି । ନଚେତ ଘଟଣାକୁ ଏତେ ବର୍ଷ ବିତି ଗଲାପରେ ବି କୌଣସି ଅଭିଯୁକ୍ତ ଏମିତି ବାହାରେ ଖୁଲମଖୁଲା ବୁଲି ପରିବ କି, ଏଭଳି ଅଭିଯୋଗ ଆଣିଛନ୍ତି ଭିନ୍ନକ୍ଷମ ଶିକ୍ଷକ କିଶୋର ସାହୁ । ବର୍ତ୍ତମାନ ସୁଦ୍ଧା ସେ ନ୍ୟାୟ ପାଇବା ଆଶା ନେଇ ବାର ଦ୍ଵାର ହେବାର ବନ୍ଦ କରି ନାହାଁନ୍ତି । କେଉଁଠି ନାଁ କେଉଁଠି ନ୍ୟାୟ ପାଇବି ବୋଲି ଆଶାକରି “ନନ୍ଦିନୀ” ମିଡ଼ିଆରେ ତାଙ୍କର ସମସ୍ତ କାଗଜପତ୍ର ପ୍ରଦାନ କରିଛନ୍ତି । ଏନେଇ ସେ ସ୍ଥାନୀୟ ତୋଷରା ପୁଲିସରୁ ନ୍ୟାୟ ନପାଇ ନିରାଶ ପରେ, ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଥିଲେ, ଓ ପୁଲିସ, ଏସ.ପିଙ୍କୁ ଜଣାଇଥିଲେ । ଯଥା ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ, କିନ୍ତୁ ଏସ.ପିଙ୍କ ନିର୍ଦ୍ଦେଶକୁ ଫୁ କରିଦେଇଥିଲା ପୁଲିସ । ସେଠାରେ ମଧ୍ୟ ନିରାଶ ହେବାକୁ ପଡ଼ିଥିଲା, ରାଜ୍ୟ ସ୍ତରୀୟ ଅନେକ ଗୁଡ଼ିଏ ଅନୁଷ୍ଠାନ ଓ ଅଧିକାରୀ ମାନଙ୍କ ସହାୟତା ପାଇଁ ଦାବି ପତ୍ର ଦାଖଲ କରିଥିଲେ । ତଥାପି କୌଣସି ପ୍ରକାର ସହାୟତା ମିଳିଲା ନାହିଁ କିମ୍ବା ଅଭିଯୁକ୍ତଙ୍କୁ ଗିରଫ କରାଗଲା ନାହିଁ । ତତ୍କାଳୀନ ସରକାର ସମୟରେ ପୁଲିସ ଏଭଳି କାର୍ଯ୍ୟଦକ୍ଷତା ଦେଖାଉଥିଲା ବର୍ତ୍ତମାନ ସରକାର ବଦଳି ପରେ ଭିନ୍ନକ୍ଷମ ଶିକ୍ଷକଙ୍କୁ ନ୍ୟାୟ ମିଲୁଛି ନାଁ ନାହିଁ ତାହା ଦେଖିବାକୁ ବାକି ରହିଲା । ସେତେବେଳର ସରକାର ସମୟରେ ଯେଉଁଠି ବି ନ୍ୟାୟ ମାଗୁଥିଲେ କେଉଁଠି ମଧ୍ୟ ଭିନ୍ନକ୍ଷମ ଶିକ୍ଷକଙ୍କୁ ନ୍ୟାୟ ମିଳି ପାରିଲା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ନ୍ୟାୟ ପାଇବାର ଆଶା ଓ ବିଶ୍ୱାସ ଭରସା ଦୃଢ଼ ମନୋବଳ ରଖିଛନ୍ତି ମନରେ, କିଏ ତ ଆସିବ ନ୍ୟାୟ ପ୍ରଦାନ କରିବା ପାଇଁ, କିଏ ସାହାର୍ଯ୍ୟ କରିବେ ବୋଲି ସେ ସାହାର୍ଯ୍ୟ ମାଗିବାରେ ପଛାଉ ନାହାଁନ୍ତି । ଯଦି ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ ନ୍ୟାୟ ପ୍ରଦାନରେ ବିଳମ୍ବ ହେଉଛି ତେବେ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିପାରେ ଆଗାମୀ ଦିନରେ । ନିଜ ସ୍ତ୍ରୀକୁ ଦୁଷ୍କର୍ମ କରି ଭିନ୍ନକ୍ଷମ ଶିକ୍ଷକଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା ପରେ ଭିନ୍ନକ୍ଷମ ଶିକ୍ଷକଙ୍କ ହୃଦୟରେ କିପରି ପ୍ରଭାବ ପକାଉଛି, ତାହା ବିଚାର କରାଯାଇପାରେ ଯେ କଣ ବିତୁଥିବ ତାଙ୍କ ଜୀବନରେ । ଯଦି ସେ ଭିନ୍ନକ୍ଷମ ହୋଇ ନଥିଲେ ଏତେ ଦିନ ଆଇନ ଉପରେ ଭରସା ଛାଡ଼ି, ନିଜେ ନ୍ୟାୟ କରି ସାରିଥାଆନ୍ତା । ତେଣୁକରି ଭିନ୍ନକ୍ଷମ ଶିକ୍ଷକଙ୍କୁ ଯଥା ଶୀଘ୍ର ନ୍ୟାୟ ପ୍ରଦାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।