ବ୍ରିଜଠାରେ ବାଇକ୍ ଦୁର୍ଘଟଣାରେ ତିନି ମୃତ୍ୟୁ ଘଟଣା

  • ସରକାରଙ୍କ ଅନୁକମ୍ପାମୂଳକ ସାହାଯ୍ୟ ସହଯୋଗ ପାଇଁ ପ୍ରଶାସନକୁ ଅନୁରୋଧ ଜଣାଇଲେ ଯୁବନେତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବାଂଝେନମୁଣ୍ଡା ଗାଁର ତିନି ଜଣ ଯୁବକ ପଦ୍ମନ ଥପା (୨୮), ଜଗଦିଶ ଥପା (୧୯) ଏବଂ ଆକାଶ ପୋଢ (୧୯) କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇ ସନ୍ଧ୍ୟାରେ ବାଇକରେ ୩ ଜଣ ମିଶି ଘରକୁ ଫେରୁଥିବା ସମୟରେ ପଦ୍ମପୁର ସ୍ଥିତ ମହୁଲପାଲି ଗ୍ରାମ ବ୍ରିଜଠାରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସ୍ଥଳରେ ହିିଁ ଚାଲିଯାଇଥିଲା ତିନି ନୀରିହଙ୍କ ଜୀବନ । ଗାଁରେ ଶୋକାକୁଳ ପରିବେଶ ମଧ୍ୟରେ ଶବ ସତ୍କାର କରାଯାଇଥିଲା । ପଦ୍ମନ ଥାପା ବାପାଙ୍କ ସ୍ୱର୍ଗବାସ ପରେ କୁଲି ମଜୁରୀ କରି ଘର ନିଜେ ସମ୍ଭାଲୁଥିଲେ । ଅନ୍ୟପଟେ ଜଗଦିଶ ଥପା ବାପାଙ୍କ ସହ ଚାଷ କାମ କରି ଘରର ଗୁଜୁରାଣ ମେଣ୍ଟାଉ ଥିବାହେଳେ ଆକାଶ ପୋଢ ବାପା ମାଁଙ୍କ ଗୋଟିଏ ବୋଲି ପୁତ୍ର । ଘଟଣାକୁ ୬ ଦିନ ବିତି ଗଲାଣି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ବାଂଜେନମୁଣ୍ଡା ଗ୍ରାମରେ ଶୋକର ବାତାବରଣ ଦେଖାଯାଇଥିବା ବେଳେ ଅସହାୟ ହୋଇ ପଡିଥିବା ପରିବାରବର୍ଗଙ୍କ ପାଖରେ ପହଞ୍ଚିପାରି ନାହିଁ ସ୍ଥାନୀୟ ପ୍ରଶାସନ । ଗତ କାଲି ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟିର ପଦ୍ମପୁର ନିର୍ବାଚନ ମଣ୍ଡଳୀର ଯୁବନେତା ପ୍ରୀତେଶ ବହିଦାର, ବରିଷ୍ଠ ନେତା ଡ଼ଃ ଶ୍ରୀକାନ୍ତ ପାଣିଗ୍ରାହୀ, ବରିଷ୍ଠ ନେତା କେତନ ମେହେର, ଜିଲ୍ଲା ପରିଷଦ ସଭ୍ୟ ମକରଧ୍ୱଜ ବଗାର, କଂସର ସରପଞ୍ଚ ଆନନ୍ଦ ବେହେରା, ପଦ୍ମପୁର ନଗରର କାଉନସିଲର କୁନାଲ ପାଣିଗ୍ରାହୀ, ସରୋଜ ମିଶ୍ର, ନରୋତ୍ତମ ପଧାନ, ମିତ୍ରଦ୍ୟୟ ସାହା, ଜୟଚନ୍ଦ୍ର ସାହା, ଫକୀର ସାହୁ, ଗୋକୁଳା ବଗର୍ତ୍ତି, ସଂଜୟ ସାହୁ, ଦଳ ଚୌହାନ, ସୁଶୀଲ ମେହେର, ହେମନ୍ତ ସାହୁ, ପ୍ରେମାନନ୍ଦ ବିଶି, ଶେଷଦେବ ମେହେର, ଦିନେଶ ବାରିକ, ସୁରେଶ ସାହୁ ପ୍ରମୁଖ ମୃତ୍ୟୁବରଣ କରିଥିବା ପରିବାର ବର୍ଗଙ୍କୁ ଭେଟି ଦୁଃଖ ପ୍ରକାଶ କରିବା ସହ ଆର୍ଥିକ ସହଯୋଗ କରି ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଭେଟି ସରକାରୀ ଅନୁକମ୍ପାମୂଳକ ସହଯୋଗ ପ୍ରଦାନ କରାଯିବା ପାଇଁ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.