ଆଲ୍‌ବମ୍‌ କୁଇନ୍‌ ରୁକ୍‌ସାନା ବନୋଙ୍କ ମୃତ୍ୟୁ ଘଟଣା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପଶ୍ଚିମ ଓଡ଼ିଶାର ଜଣେ ଜଣାଶୁଣା ଗାୟିକା ତଥା ଆଲ୍‌ବମ୍‌ କୁଇନ୍‌ ରୁକ୍‌ସାନା ବାନୋଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମୃତ୍ୟୁକୁ ନେଇ ଏବେ ଚାରି ଆଡେ଼ ଚହଳ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ରୁକ୍‌ସାନାଙ୍କ ସ୍କ୍ରବ୍‌ ଟାଇଫସ୍‌ ରୋଗରେ ଆକ୍ରାନ୍ତ ହୋଇ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ସେପଟେ ରୁକ୍‌ସାନାଙ୍କ ମାଁ ମୋ ଝିଅକୁ ମାରି ଦିଆଯାଇଛି ବୋଲି ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ ତାଙ୍କ ଅଭିଯୋଗରେ ସିଧା ସଳଖ କଣ୍ଠଶିଳ୍ପୀ ରୁକୁ ସୁନାଙ୍କୁ ଦାୟୀ କରିଛନ୍ତି । ରୁକ୍‌ସାନାଙ୍କ ମାଁଙ୍କ ଏପରି ଅଭିଯୋଗରେ ରୁକୁ ସୁନାଙ୍କୁ ନେଇ ଏବେ ଚାରି ଆଡେ଼ ଚର୍ଚ୍ଚା ରହିଛି । ସତରେ ରୁକ୍‌ସାନାଙ୍କ ଜୀବନ ସ୍କ୍ରବ୍‌ ଟାଇଫସ୍‌ରେ ଗଲା ନା କିଏ ନେଲା । ଏମିତି ଏନେକ ପ୍ରଶ୍ନ ଉଠୁଥିବା ବେଳେ ଏହି ଘଟଣା ଖାଲି ପଶ୍ଚିମ ଓଡ଼ିଶାରେ ନୁହଁ ସାରା ରାଜ୍ୟର ଟପ୍‌ ନ୍ୟୁଜ୍‌ ହାଉସରେ ମଧ୍ୟ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.