ଘର ଭିତରକୁ ପଶିଲା କାର୍ : ଜଣେ ମୃତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଘର ଭିତରକୁ ଏକ ଚଳନ୍ତା କାର୍ ପଶି ଜଣଙ୍କ ଉପରେ ମାଡିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ମାର୍କଣ୍ଡ ଦଣ୍ଡିଆ । ସୂଚନା ଯୋଗ୍ୟ ଯେ, ଲଣ୍ଡା ଗାଁର ଟିକିଲାଲ ରଣାଙ୍କ ଘରେ ବିବାହ ଭୋଜି ଖାଉଥିବା ବେଳେ ଦୁର୍ଘଟଣା ଘଟିଛି । ହଠାତ୍ ଦ୍ରୁତ ଗତିରେ ଆସି କାରଟି ଘର ଭିତରେ ପଶିଯିବାରୁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମାର୍କଣ୍ଡକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ କଣ୍ଟାମାଳ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.