
ଖୁଣ୍ଟା : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନାର ଅନତି ଦୂରରେ ଦିନ ଦ୍ବିପହରରେ ଜୈନେକ ବ୍ୟକ୍ତିଙ୍କ ଘର ଆଗରୁ ସ୍କୁଟି ଚୋରି ହୋଇଥିବା ଘଟଣା ସିସି କେମେରାରେ କୋଏଦ ହୋଇଛି । ଖୁଣ୍ଟା ଥାନା ସୁରୁକୁନା ଗ୍ରାମର ମନୋରଞ୍ଜନ ମହାନ୍ତି ଦିନ ପ୍ରାୟ ୨ଟା ସମୟରେ ନିଜ ଘର ସାମ୍ନାରେ ସ୍କୁଟିକୁ ରଖି ଘର ଭିତରକୁ ଯାଇଥିଲେ । ବର୍ଷା ହେଉଥିବାରୁ ସେ କିଛି ସମୟ ଅଟକି ଘରେ ଅଟକି ଯାଇଥିଲେ । ପରେ ଆସି ତାଙ୍କ ଘର ବାହାରେ ସ୍କୁଟିଟି ନଥିବା ଦେଖିଥିଲେ । ଘର ବାହାରେ ଲାଗିଥିବା ସିସି କେମେରାକୁ ଯାଞ୍ଚ କରିବା ବେଳେ ଚୋରିର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି କ୍ୟାମେରାରେ କୋଏଦ୍ ହୋଇଛି । ବର୍ଷା ହେଉନଥିବା ସମୟରେ ଦୁଇ ଜଣ ଯୁବକ ଏକ ବାଇକ୍ରେ ଆସି ସ୍କୁଟିକୁ ଚତୁରତାର ସହିତ ମାଷ୍ଟର ଚାବିରେ ସ୍କୁଟି ତାଲା ଖୋଲି ସ୍କୁଟି ଚଳାଇ ନେଇ ପଳାଇଥିବା ସିସିଟିଭି କ୍ୟାମେରା ଦେଖାଯାଇଛି । ଚୋରି କରିବାକୁ ଆସିଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ହେଲମେଟ ପିନ୍ଧିଥିବା ବେଳେ ପଛରେ ବସିଥିବା ଯୁବକଟି ସ୍କୁଟି ତାଲା ଖୋଲି ସ୍କୁଟି ନେଉଥିବାର ଦେଖାଯାଇଛି । ଅନ୍ୟ ଜଣେ ଯୁବକ ତାପଛରେ ବାଇକରେ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ତେବେ ଏହି ସ୍କୁଟି ଚୋରି ହୋଇଥିବା ଘଟଣା ଖୁଣ୍ଟା ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ପ୍ରଶାସନକୁ ସିସିଟିଭି ଫୁଟେଜରୁ କ’ଣ ସଫଳତା ମିଳୁଛି ତାହା ତଦନ୍ତ ପରେ ଜଣାପଡ଼ିବ ।