ls

୩ ଫୁଟ୍ ଗୋଲେଇର ଘାଇ ସୃଷ୍ଟି

sb

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପଟ୍ଟନାକିଆରୁ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ରାସ୍ତାରେ ପାଇକସାହି ଛକରୁ ପୋଷୋଲ ଛକ ମଝିରେ ଥିବା ଘୋଷୋଡା ଶଙ୍ଖ ଠାରେ ୩ ଫୁଟ୍ ଗୋଲେଇର ଏକ ଘାଇ ସୃଷ୍ଟି ହୋଇଛି । ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଗାଡ଼ି ମୋଟର ଯିବା ଆସିବା କରନ୍ତି, କିନ୍ତୁ ଘାଇଟି ହେବାର ପାଖାପାଖି ୧୫ ଦିନ ହୋଇ ସାରିଥିବା ବେଳେ ସଂପୃକ୍ତ ବିଭାଗର ନଜର ଏଯାଏ ନ ପଡ଼ିବା ବଡ ଦୁର୍ଭାଗ୍ୟ ଜନକ । ଯଦି ଏହି ରାସ୍ତା ଶୀଘ୍ର ମରାମତି କରାନଯାଏ ତେବେ ଏକ ବଡ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇନ ପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରଛି ।

ସେହିପରି ଡେଲାଙ୍ଗ ପିପିଲି ଛକ ତଥା ନିମାପଡା କୋପରେଟିଭ୍ ବ୍ୟାଙ୍କ୍ ସାମନାରେ ଥିବା କିଲୋମିଟର ସୂଚନା ପ୍ରଦତ୍ତ ବୋର୍ଡଟି ପାଖରେ ଥିବା ଗଛ ଦ୍ଵାରା ସମ୍ପୂର୍ଣ ଭାବେ ଲୁଚି ଗଲାଣି । ଯେଉଁ ଲକ୍ଷ୍ୟ ନେଇ ବୋର୍ଡଟି ସେଠାରେ ଲଗାଯାଇଥିଲା ତାହା ସମ୍ପୂର୍ଣ ମୂଲ୍ୟ ହିନ ହୋଇ ପଡିଛି । ଡେଲାଙ୍ଗର ବୁଦ୍ଧିଜୀବୀ ମହଲରେ ଦାବୀ କରାଯାଉଛି ଯେ, ପରିବେଶ ସୁରକ୍ଷା ଦୃଷ୍ଟି କୋଣରୁ ଗଛଟିକୁ ସମ୍ପୂର୍ଣ ଭାବେ ନ କାଟି ନିୟମିତ ବ୍ୟବଧାନରେ କିଛି ଡାଳ କାଟି ଦିଆଗଲେ ବୋର୍ଡଟି ପୂର୍ବ ଭଳି ଦୃଶ୍ୟମାନ ହୋଇ ପାରିବ । ତେଣୁ ଉକ୍ତ ସମସ୍ୟା ଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ ।

pc pk
Leave A Reply

Your email address will not be published.