ପ୍ରବଳ ଝଡ଼ ତୋଫାନ, ଘଡଘଡି ସହିତ ବର୍ଷା : ଜନ ଜୀବନ ଅସ୍ତବ୍ୟସ୍ତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ଝଡ଼ ତୋଫାନ, ଘଡଘଡି ସହିତ ବର୍ଷା ହେବା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଘନ ମେଘ ଆକାଶକୁ ଆଛାଦିତ କରିଦେବା ସହ ଘଡଘଡିର ଶବ୍ଦରେ କିଛି ସମୟ ପାଇଁ ପରିବେଶ ଭୟଭୀତ ହୋଇପଡ଼ିଥିଲା । ହଠାତ୍ ପାଗରେ ପରିବର୍ତ୍ତିତ ହୋଇଥିବା ଯୋଗୁଁ ପଥିକ ନାନା ଅସୁବିଧା ରେ ସମ୍ମୁଖୀନ ହୋଇଥିଲେ । ତେବେ ଏହି ବର୍ଷା ଫଳରେ ଦିନ ତମାମ ହେଉଥିବା ଖରା ଓ ଗରମ ପରିସ୍ଥିତିରୁ ଲୋକମାନେ କିଛି ଆଶ୍ୱସ୍ତ ଅନୁଭବ କରିଥିବା ବେଳେ ଚାଷୀମାନେ ମଧ୍ୟ ବେଶ ଖୁସି ଅନୁଭଵ କରିଥିବା ଦେଖିବାକୁ ମିଳିଥିଲା । ବର୍ଷା ତୁହାକୁ ତୁହା ଲାଗି ରହିଥିବାରୁ ରାସ୍ତାଘାଟ ଜନଶୂନ୍ୟ ଦେଖିବାକୁ ମିଳିଥିଲା । କେତେକ ଛୋଟ ତଥା ଉଠା ଦୋକାନୀ ମାନଙ୍କର ଜିନିଷ ପତ୍ର ଉଡାଇ ନେବା ସହ ବର୍ଷା ପାଣିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.