oom

ଗୀତା ଜୟନ୍ତୀ ପାଳନ ଉପଲକ୍ଷେ ବ୍ରାହ୍ମଣ ମହାସଭାର ପ୍ରସ୍ତୁତି ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୀତା ଜୟନ୍ତୀ ପାଳନ କରିବା ପାଇଁ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଶ୍ରୀ ନୃସିଂହମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଆଇନଜୀବୀ ଜୟରାମ ମିଶ୍ର ଏ ବିଷୟରେ ବିସ୍ତୃତ ଆଲୋଚନା ପ୍ରଦାନ ପରେ କୋଷାଧ୍ୟକ୍ଷ ପର୍ଶୁରାମ ନାୟକ ଆନୁସଙ୍ଗିକ ଖର୍ଚ୍ଚ ଉପରେ ଗୃହକୁ ଅବଗତ କରାଇଥିଲେ । ପୁଜନ ଓ ଯଜ୍ଞ କାର୍ଯ୍ୟ ତୁଳାଇବା ପାଇଁ ବ୍ରହ୍ମର୍ଷି ଗିରିଧାରୀ ଶତପଥୀ, ପଣ୍ଡିତ ସନ୍ତୋଷ କୁମାର ଶତପଥି ଓ ପଣ୍ଡିତ ଲକ୍ଷ୍ମୀ ପ୍ରସାଦ ଚାନ୍ଦ ଦାୟିତ୍ୱ ବହନ କରିଥିବା ବେଳେ କର୍ତ୍ତା ହିସାବରେ ଧର୍ମବ୍ରତ ଆଚାର୍ୟ୍ୟ, ରଞ୍ଜନ କୁମାର ତ୍ରିପାଠୀ ଓ ରଂଜିତା ପାଣିଗ୍ରାହୀ ସମ୍ମତି ପ୍ରଦାନ କରିଛନ୍ତି । ଗୀତା ପଠନ ପାଇଁ ପଣ୍ଡିତ ଜୟରାମ ମିଶ୍ରଙ୍କ ନେତୃତ୍ୱରେ ପର୍ଶୁରାମ ନାୟକ, ଶିବ ଶଙ୍କର ଖୁଆସ, ପୁରୁଷୋତ୍ତମ ପଣ୍ଡା, ଦାମୋଦର ଓତା, କୃପାସିନ୍ଧୁ ମିଶ୍ର, କିଶୋର କୁମାର ମିଶ୍ର, କିଶୋର କୁମାର ପୁରୋହିତ ସମେତ ଅନ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଗୀତା ପଠନ କରିବେ । ପ୍ରାତଃ ୮ଟା ସମୟରେ ପୂଜା କର୍ମ ଆରମ୍ଭ ହେବ ବୋଲି ସୂଚନା ପ୍ରଦାନ ସହିତ ଅନୁରୋଧ କରାଯାଇଛି ଯେ ସମସ୍ତ ବ୍ରାହ୍ମଣ ସଦସ୍ୟଗଣ ବହୁ ସଂଖ୍ୟାରେ ଉପସ୍ଥିତ ରହି ଏହି ମହାନ ପର୍ବକୁ ସାଫଲ୍ୟ ମଣ୍ଡିତ କରିବେ । ଏହି ପବିତ୍ର ପୂଜାକର୍ମରେ ମାତୃଶକ୍ତିର ସଦସ୍ୟଗଣ ତୁଳସୀ ଅର୍ପଣ ସହିତ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଶକ୍ତି ବାହିନୀର ମୁଖ୍ୟ କସ୍ତୁରୀ ରଥ ସମେତ ଅନେକ ମହିଳା ସଦସ୍ୟାଙ୍କୁ ଅନୁରୋଧ କରାଯାଇଛି । ଏହି ବୈଠକରେ ଉପରୋକ୍ତ ବ୍ୟକ୍ତି ବିଶେଷ ସମେତ ଉପସଭାପତି ଗୋପବନ୍ଧୁ ପୁରୋହିତ, ନଗର ସଭାପତି ନରେନ୍ଦ୍ର କୁମାର ଆଚାର୍ୟ୍ୟ, ନଗର ସମ୍ପାଦକ ସଂକୀର୍ତ୍ତନ ତ୍ରିପାଠୀ, କାର୍ଯ୍ୟକାରିଣୀ ସଦସ୍ୟ ଶ୍ୟାମ ସୁନ୍ଦର ଦାଶ ଏବଂ ଗୋକୁଳାନନ୍ଦ ମିଶ୍ରଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.