oom

ନବ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାସ୍ଥିତ ଗାୟତ୍ରୀ ପରିବାର ତରଫରୁ ସ୍ଥାନୀୟ ଭାଗବତ ମନ୍ଦିର ପରିସରରେ ବରିଷ୍ଠ ସଦସ୍ୟ ହରି ପ୍ରସାଦ ଅଗ୍ରୱାଲଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଯଜ୍ଞ ଆସନ୍ତା ୪ ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ନଅ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉପରେ ବିଶେଷ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୠଷିପୁତ୍ର ପରିବ୍ରାଜକ ପ୍ରଶାନ୍ତ ଅଗ୍ରୱାଲ ଓ ସ୍ଵାଧୀ ପଙ୍କଜିନୀ ପଣ୍ଡା ଯଜ୍ଞ ପରିଚାଳନା ଓ ପ୍ରବଚକ ଭାବରେ ଯୋଗଦାନ କରିବେ । ଏହା ସହ ଦୀକ୍ଷା ସଂସ୍କାର, ମୁଣ୍ଡନ ସଂସ୍କାର, ବିଦ୍ୟା ସଂସ୍କାର, ଗର୍ଭ ସଂସ୍କାର, ବ୍ରତୋପୟନ, ବିବାହ ସଂସ୍କାର କରାଯିବାର ସ୍ଥିର କରାଯାଇଛି । ଏହି ସଭାରେ ପ୍ରମୋଦ ବୈଠାରୁ, ପ୍ରଦୀପ ଜାଲ, ଅଖିଳ ସାହୁ, ଭୀମସେନ ସ୍ୱାଇଁ, ସୁରେଶ ରଣା, ସୁଶାନ୍ତ ମାଝୀ, ଲିଙ୍ଗରାଜ ବୈଠାରୁ, ସରୋଜ ବୈଠାରୁ, ଶିବା ସାହୁ, ହେମରାଜ ସାହୁ, ହରିବନ୍ଧୁ ସାହୁ, ଓମ୍ ପ୍ରକାଶ ଅଗ୍ରୱାଲ, କୃଷ୍ଣ ଚନ୍ଦ୍ର ପୃଷେଠ, ପ୍ରମୋଦ ଦାସ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.