ସମ୍ବଲପୁରୀ ଦିନରେ ଆସିବେ ଗାୟକ ବିଭୁତିଭୂଷଣ ପଟ୍ଟନାୟକ ଓ ଦୁଃଖିଶ୍ୟାମ ତ୍ରିପାଠୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ପକ୍ଷରୁ ଆସନ୍ତା ଅଗଷ୍ଟ ୧ ତାରିଖ ଦିନକୁ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିନକୁ ସମଲପୁରୀ ଦିନ ରୂପେ ପଦ୍ମପୁର ଟାଉନ ହଲ୍‌ରେ ପାଳନ କରାଯିବାକୁ ନେଇ ଆଜି ରବିବାର ଦିନ ଏକ ପ୍ରସ୍ତୁତି ବୈଠକ ରାଜୁ ଘିବେଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କବିତା ଗଳ୍ପ ନାଟକ ସଂଗୀତ କ୍ଷେତ୍ରରେ ନାମ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବାର ସ୍ଥିର କରାଯାଇଛି । ବିଶିଷ୍ଟ ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହିତ ବିଭୁତିଭୂଷଣ ପଟ୍ଟନାୟକ ଓ ଗାୟକ ଶିରୋମଣି ଦୁଃଖୀଶ୍ୟାମ ତ୍ରିପାଠୀଙ୍କୁ ସିରଜିନା ସଂଗୀତ ସମ୍ମାନରେ ଭୂଷିତ କରାଯିବାକୁ ସ୍ଥିର କରାଯାଇଛି । ଏହି ଅବସରରେ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତିଙ୍କ ଲିଖିତ ଓ ବିଦେଶୀ ସାହୁଙ୍କ ନିର୍ଦ୍ଧେସିତ ନାଟକ ପାହାଚିହ୍ନା ପ୍ରଦର୍ଶନ କରାଯିବ ସହିତ ଓଡିଶାର ଖ୍ୟାତି ସମ୍ପନ୍ନ ନୃତ୍ୟଶିଳ୍ପୀ ଆଭାରାଣୀ ସାହୁ, ବଳରାମ ସାହୁ, ଇପ୍ସିତା ସାମନ୍ତରାୟ, ଅନନ୍ୟା ମେହେର ଓ ବିଭିନ୍ନ ଅନୁଷ୍ଠାନର କଳାକାର ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ମିନି କଂସ ସନୟ ମେହେର, ଶିବ ସୁନା ଓ ଶୁଭମ ଘିବେଲା ପ୍ରମୁଖ କଳାକାର ତାଙ୍କର କଂସ ଚରିତ୍ରର ଅବତାରଣା କରିବେ । ବିଶିଷ୍ଟ କବି କିଶୋର ସାହୁ ଗୁଣସାଗର ସାହୁ ଓ ଅଧିକାରୀ ସା କବିତା ପାଠ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟକ୍ଷ, କୁମାର ପଣ୍ଡା ଗୋପବନ୍ଧୁ ମହାବିଦ୍ୟାଳୟ ପାଲ ଲହଡା ମୁଖ୍ୟବକ୍ତା ରୂପେ ଯୋଗଦାନ କରିବେ । ଏହି ପ୍ରସ୍ତୁତି ବୈଠକରେ ନାଟ୍ୟକାର ଅଶୋକ ବହିଦାର, ପ୍ରମୋଦ ନାଥ, ସନ୍ତୋଷ ମହାନ୍ତି, କିଶୋର ପାତ୍ର, କୁଞ୍ଜ ବିହାରୀ ସରାଫ, ନସିବ ଗୁର୍ଲା, ଆଦିତ୍ୟ ରଥ, ସୁବ୍ରତ ସାହୁ, ଗୌରୀ ମେହେର, ସଂଜୀବ ବହିଦାର, ସୁଶାନ୍ତ ମହାପାତ୍ର ପ୍ରମୁଖ ସଭ୍ୟ ଯୋଗଦାନ କରିଥିଲେ । ଶେଷରେ ଆଦିତ୍ୟ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.