
ମ. ରାମପୁର, (ପିକେ ସାହୁ ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକର ସମସ୍ତ ମାଲିକ ମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇଯାଇଛି । ମ. ରାମପୁର ସ୍ଥିତ ଶିବ ମନ୍ଦିର ପରିସରରେ ବ୍ଲକର ଟ୍ରାକଟର ମାଲିକ ମନେ ଠୁଳ ହୋଇ ନାନାଦି ସମସ୍ୟା ର ସମ୍ମୁଖୀନ ହେଉଥିବା ଯୋଗୁଁ ଏକତା ଭାବରେ ସମସ୍ୟାର ସମାଧାନ କରିବା ପାଇଁ ସଂଘର ଆବଶ୍ୟକତା ଥିବା ମାଲିକ ମାନେ ଉପସ୍ଥାପନା କରିଥିଲେ । ଏବଂ ସରକାର ପୋଲିସ ମାଧ୍ୟମରେ ଲଘୁଖଣିଜ ଦ୍ରବ୍ୟ ବୋଝଇ ହୋଇଥିବା ଗାଡିକୁ ଜବତ କରୁଥିବା ଯୋଗୁଁ ମାଲିକ, ଡ୍ରାଇଭର, ଶ୍ରମିକ ମାନେ ରୋଜଗାର ହରେଇବା ଯୋଗୁଁ ଗୁଜରାଣ ମେଣ୍ଟେଇ ପାରୁନାହାନ୍ତି । ଏହି ଉଦ୍ଦେଶ୍ୟରେ ସରକାରଙ୍କୁ ସାମୁହିକ ଭାବେ ୭ଦଫା ଦାବୀ ଆସନ୍ତା ମଙ୍ଗଳବାର ଦିନ ପୋଲିସ ଓ ତହସିଲଦାରଙ୍କ ଜରିଆରେ ରାଜସ୍ୱ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟ ଶାସନ ସଚିବ, ଡି ଜି ପି, ସ୍ଥାନୀୟ ବିଧାୟକ, ଏସ ପି, ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବାପାଇଁ ନିଷ୍ପତି ନିଆଯିବାପରେ ସଂଘ ଗଠନ କରଯାଇଥିଲା । ସର୍ବସମ୍ମତି କ୍ରମେ ସଭାପତି ଭାବେ ପ୍ରଶାନ୍ତ ସାମନ୍ତରାଙ୍କୁ ମନୋନୀତ କରିଥିବା ବେଳେ ଉପସଭାପତି ଭବାନୀ ଶଙ୍କର ସାହୁ, ସାଧାରଣ ସମ୍ପାଦକ ଭାବେ ଯାଜ୍ଞସେନ ପଣ୍ଡା, ସାହସମ୍ପାଦକ ସଞ୍ଜୟ ମାଝୀ କୋଷାଧକ୍ଷ ଭାବେ ନବୀନ ପଧାନଙ୍କୁ ଚୟନ କରିଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ବିଶ୍ୱଜିତ ମହାଖୁଡ଼, ଦୂର୍ଯ୍ୟଧନ ରଣା, ସୁବାସ ରଥ, ସଞ୍ଜୟ ସାହୁ, ଶେଷଦେବ ମହାଖୁଡ଼, ତେଜରାଜ ସାହୁ, ଅଶୋକ ରଣା ଓ ମାର୍କଣ୍ଡ ସାହୁଙ୍କୁ ମନୋନୀତ କରାଯାଇଥିଲା ।