ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ଫଟୋଗ୍ରାଫର ବନ୍ଧୁଙ୍କୁ ସଂଘବଦ୍ଧ ତଥା ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ରଖିବା ଉଦ୍ଦେଶ୍ୟରେ ରଶ୍ମୀରଞ୍ଜନ ଦାଶଙ୍କ ଆହ୍ଵାନ କ୍ରମେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ଫଟୋଗ୍ରାଫର ବନ୍ଧୁମାନେ ପୁରୀ ଜିଲ୍ଲାରେ ଏକତ୍ରିତ ହୋଇ ଫଟୋଗ୍ରାଫିକୁ ନେଇ ବର୍ତ୍ତମାନର ବିଭିନ୍ନ ସମସ୍ୟା ଓ ଅନ୍ୟାନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି ଆଲୋଚନା ଚକ୍ରରେ ଉପସ୍ଥିତ ସଦସ୍ୟଙ୍କ ସେଲ୍ଫି ହ୍ୟାଣ୍ଡ ସେଟ୍, ମୋବାଇଲ୍ ନମ୍ୱର ପ୍ରଦାନ ସହ, ଗ୍ରୁପ୍ ଫଟୋ ଉଠାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ଚୟନ କରଯାଇଥିଲା । ଏହି କ୍ରମରେ ରାଉରକେଲାର ସଞ୍ଜୟ କୁମାର ପ୍ରଧାନ ସଭାପତି, ଯାଜପୁରର ଅଜିତ୍ କୁମାର ପାଢ଼ୀ ଉପସଭାପତି, ବାଲେଶ୍ୱରର ଶିବାଜୀ ରାଓ କାର୍ଯ୍ୟକାରୀ ସଭାପତି, ଫୂଲବାଣୀର ରାଜେନ୍ଦ୍ର କୁମାର ପାଣିଗ୍ରାହୀ ସାଧାରଣ ସମ୍ପାଦକ, ପୁରୀର ସୁକାନ୍ତ କୁମାର ସାହୁ ଓ ନୟାଗଡ଼ର ସୁରେନ୍ଦ୍ର କୁମାର ସାହୁ ଯୁଗ୍ମ ସମ୍ପାଦକ, ଗଞ୍ଜାମର ମାନସୀ ପ୍ରଧାନ ପରିଚାଳନା ସମ୍ପାଦକ, ଭୁବନେଶ୍ୱରର ସପ୍ୟାସୀ ପ୍ରଧାନ କୋଷାଧ୍ୟକ୍ଷ, ଗିରିଶ କୁମାର ପାତ୍ର, ପାଣୁ ଚରଣ ଖଟେଇଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ଚୟନ କରାଯାଇଥିଲା । ଅନୁଷ୍ଠାନ ତରଫରୁ ଉପସ୍ଥିତ ସମସ୍ତ ପଦାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆସନ୍ତା ସେପ୍ଟେମ୍ବର ମାସର ୨୭, ୨୮, ୨୯ ତାରିଖ ତିନି ଦିନ ଧରି ଏକ ବିଶାଳ ଫଟୋ ଫେୟାର ଭୁବନେଶ୍ୱର ଠାରେ ହେବ ବୋଲି ସ୍ଥିର କରାଯାଇଥିଲା । ଏଥିପାଇଁ ମିଥୁନ କୁମାର ଜେନା ଓ ଗୌରୀ ଶଙ୍କର ମହାକୁଡ଼ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପୂଜା ଅର୍ଚ୍ଚନା କରାଯାଇ ଫଟୋ ଫେୟାରର ପୋଷ୍ଟର ଉନ୍ମୋଚନ କରାଯାଇଥିଲା । ଶେଷରେ ନୂତନ ସଭାପତି ଓ ସମ୍ପାଦକ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟର ସମସ୍ତ ଫଟୋଗ୍ରାଫର୍ ଭାଇ ଓ ଭଉଣୀ ମାନଙ୍କ ଉତ୍ତରୋତ୍ତର ଉନ୍ନତି ପାଇଁ ପ୍ରାର୍ଥନା କରିଥିଲେ ।
Next Post