ଅଧିକାର ହାସଲ ପାଇଁ ବଲାଙ୍ଗିର ଆଦିବାସୀ କର୍ମଚାରୀ ସଂଘ ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗୋଁଣ୍ଡୱାନା ଭବାନଠାରେ ପୌରାଞ୍ଚଳ ଆଦିବାସୀ ସମାଜର ବରିଷ୍ଠ ସମାଜସେବୀ ଦଇତ ଧରୁଆଙ୍କ ସଭାପତିତ୍ୱରେ ଏକ ବୌଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପୌରାଞ୍ଚଳର ଆଦିବାସୀ ବୁଦ୍ଧିଜୀବୀ, ଶୁଭେଚ୍ଛୁ ବହୁ ସଂଖ୍ୟାରେ ଯୋଗ ଦେଇ ଆଦିବାସୀଙ୍କ ବିଭିନ୍ନ ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ଭାଷା, ସଂସ୍କୃତି, ଐତିହ୍ୟର ସୁରକ୍ଷା ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ । ବିଶ୍ୱ ଆଦିବାସୀ ଦିବସ ପାଳନ ଅବସରରେ ନିର୍ଦ୍ଧାରିତ ପ୍ରସ୍ତାବ ଅନୁସାରେ ଆଦିବାସୀଙ୍କ ଅଧିକାର ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ “ଆଦିବାସୀ କର୍ମଚାରୀ ସଂଘ, ବଲାଙ୍ଗିର” ଗଠିତ ହେଇଥିଲା । ସର୍ବସମ୍ମତି କ୍ରମେ ଡା. ସୁରେନ୍ଦ୍ର ଭୋଇ ସଭାପତି, ସଂଧ୍ୟାରାଣୀ ମାଝୀ ଉପସଭାପତି, ଭୁବନ ନାଏକ ସଂପାଦକ, ମୀନକେତନ ମାଝୀ, ଧନସିଂ ଭୋଇ, ରାଜକୁମାର ଶବର, ପ୍ରଭାସିନୀ ଭୋଇ ସହ-ସଂପାଦକ, ନୃପ ଭୋଇ କୋଷାଧ୍ୟକ୍ଷ, ପଙ୍କଜିନୀ ଭୋଇ, କ୍ଷୀରେଦ କୁମାର ନାଗ, କମଳ ବିଶ୍ୱାଳ, ସ୍ୱାଧୀନ ଭୋଇ, ମାଧୁ ମିର୍ଦ୍ଧା, ଅନନ୍ତ ମାଝୀ କାର୍ଯ୍ୟକାରୀ କମିଟିକୁ ମନୋନୀତ ହୋଇଥିଲେ । କମିଟିରେ ଉପଦେଷ୍ଟା ଭାବରେ ଅଶୋକ କୁମାର ବୁଡେ଼କ, ଗଣେଶ ମାଝୀ, ଦଇତ ଧରୁଆ, ଦିଲ୍ଲୀପ ଭୋଇ ମାର୍ଗଦର୍ଶନ ପାଇଁ ଚୟନ ହୋଇଥିଲେ । ପ୍ରଥମ କାର୍ଯ୍ୟସ୍ୱରୂପ ପୌରାଞ୍ଚଳର ସମସ୍ତ ୱାର୍ଡରେ ଆଦିବାସୀ ପରିବାରଙ୍କ ତାଲିକା ପ୍ରସ୍ତୁତ କରି ଆସନ୍ତା ନୂଆଁଖାଇ ଭେଟଘାଟ୍‌ ତଥା ବନ୍ଧୁ ମିଳନ ପାଇଁ ସଚେତନତାର ଦାୟିତ୍ୱ ଅର୍ପଣ କରାଯାଇଥିଲା । ଶେଷରେ ସହସଂପାଦକ ମୀନକେତନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.