oom

ବଲାଙ୍ଗିର ଜିଲ୍ଲାସ୍ତରୀୟ ସମିତି ସଭ୍ୟ ସଭ୍ୟାମାନଙ୍କ ସଂଘ ଗଠନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ୯.୦୦ଘଣ୍ଟା ସମୟରେ ନଟରାଜ ପେଲେସ, ବଲାଙ୍ଗିରଠାରେ ବଲାଙ୍ଗିର ଜିଲ୍ଲାର ୧୪ ଗୋଟି ବ୍ଲକର ଅଧ୍ୟକ୍ଷ, ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଉପାଧ୍ୟକ୍ଷା ତଥା ସମସ୍ତ ସମିତି ସଭ୍ୟ ସଭ୍ୟାମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ସଂଘ ଗଠିତ ହୋଇଯାଇଛି । ଉକ୍ତ ସଂଘର ସଭାପତି ଭାବରେ ଗୋଲାପ ବାଗ, ସମିତି ସଭ୍ୟ ସଦେଇପାଲି, ବଲାଙ୍ଗିର ବ୍ଲକ ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବରେ ମୂରଲୀ ଧର କୁମ୍ଭାର, ବଙ୍ଗୋମୁଣ୍ଡା ବ୍ଲକ, ଉପସଭାପତି ଭାବରେ ଜ୍ୟୋସ୍ନାମୟୀ ନାଗ, ଲୋଇସିଂହା ବ୍ଲକ ଓ ସହ ସମ୍ପାଦକ ଭାବରେ କମଲ ରଣା, ଟିଟିଲାଗଡ ବ୍ଲକ ମନୋନୀତ ହୋଇଛନ୍ତି । ଏଥି ସହ ସମସ୍ତ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷାମାନେ ପୂର୍ବତନ ଅଫିସ ସଦସ୍ୟ ଭାବରେ କମିଟିର ସଦସ୍ୟ ରହିବେ । ଏହାଛଡା ପ୍ରତ୍ୟେକ ବ୍ଲକର ଜଣେ ଜଣେ ବ୍ଲକ ପ୍ରତିନିଧି ମଧ୍ୟ ନିମ୍ନ ପ୍ରକାରେ ଚୟନ କରାଯାଇଥିଲା । ପୁଇଁତଲାର ସତ୍ୟାନନ୍ଦ ରାଉତ, ଦେଓଗାଁର ଶୀତାଂଶୁ ମିଶ୍ର, ଖପ୍ରାଖୋଲର ରାଜକିଶୋର ମେହେର, ଲୋଇସିଂହାର ବିରେନ୍ଦ୍ର ସାହୁ, ବଲାଙ୍ଗିରର ପାଳେଶ୍ୱର ଭୋଇ, ମୁରିବାହାଲର ସନ୍ୟାସୀ ପୁଟେଲ, ଆଗଲପୁରର ନରେଶ ସାହୁ, ବେଲପଡ଼ାର ପ୍ରଦୀପ ଠାକୁର, ବଙ୍ଗୋମୁଣ୍ଡାର ଦ୍ରୋଣାସନ ବେହେରା, ପାଟଣାଗଡ଼ର ପ୍ରମୋଦ କୁମାର ସାହୁ, ଟିଟିଲାଗଡ଼ର ସିମାଞ୍ଚଳ ବେରୁଆ । ବ୍ଲକ ଅଧ୍ୟକ୍ଷମାନଙ୍କ ମଧ୍ୟରେ ପୁଇଁତଳା ଅଧ୍ୟକ୍ଷ ସରୋଜ ପଧାନ, ଦେଓଗାଁର ଦୟାନିଧି ଖମାରୀ, ବଲାଙ୍ଗିରର ସରିତା ବାଗ, ମୁରିବାହାଲର ହରିବନ୍ଧୁ ମେହେର, ଲୋଇସିଂହାର ଯତୀନ୍ଦ୍ର ପଟେଲ, ବେଲପଡା ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର, ଖପ୍ରାଖୋଲର ସୁଖୀରାମ ଷାଣ୍ଢ, ପୁଇଁତଳାର ନୀଳିମା ଅମାତ ଉପସ୍ଥିତ ରହି ସଭା ଓ ସଂଘର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ସଂଘର ଦାବୀ ଗୁଡିକ ସରକାରଙ୍କ ପାଖରେ ଉପସ୍ଥାପନା କରାଯାଇ ସମିତି ସଭ୍ୟ ସଭ୍ୟାମାନଙ୍କ ପ୍ରତି ହେଉଥିବା ବୈମାତୃକ ମନୋଭାବ ଦୂର କରିବା ଦିଗରେ ସଂଘ କାର୍ଯ୍ୟ କରିବ ବୋଲି ସଭାପତି ଶ୍ରୀ ବାଗ ମତବ୍ୟକ୍ତ କରିଥିଲେ ।

jittmm
Leave A Reply

Your email address will not be published.