ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ନକଲି ସାର୍ଟିଫିକେଟ ରାକେଟ ନେଇ ତଦନ୍ତ ପାଇଁ ୪ଟି ଟିମ୍ ଗଠନ କରିଛି ବଲାଙ୍ଗିର ପୁଲିସ । ବଲାଙ୍ଗିର ପୁଲିସର ଗୋଟିଏ ଟିମ୍ ଏ ସଂପର୍କିତ ଆର୍ଥିକ ନେଣଦେଣର ଯାଂଚ କରିବ, ଦ୍ୱିତୀୟ ଟିମ୍ ଘଟଣାରେ ସାଇବର ଆନାଲିସିସ୍ କରିବ, ତୃତୀୟ ଟିମ୍ ୟୁପି ଓ ଅନ୍ୟାନ୍ୟ ସ୍ଥାନକୁ ଯାଇ ଅନୁସନ୍ଧାନ କରିବ ଓ ଚତୁର୍ଥ ଟିମ୍ ରାଜ୍ୟ ଭିତରେ ରେଡ୍ କରି କାର୍ଯ୍ୟାନୁଷ୍ଠାନ ନେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।