ଓଡ଼ିଶା ସୂଚନା ଅଧିକାର ଅଭିଯାନର ତୁରେକେଲା ବ୍ଲକ କମିଟି ଗଠନ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ରାଜ୍ୟରେ ସୂଚନା ଅଧିକାର ଆଇନ ୨୦୦୫ ପ୍ରଚାର, ପ୍ରସାର ନେଇ କାର୍ଯ୍ୟ କରୁଥିବା ସଙ୍ଗଠନ ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକ ସଂଯୋଜକ ନିଯୁକ୍ତି ଦେଇଛନ୍ତି । ଏହି କ୍ରମରେ ତୁରେକେଲା ବ୍ଲକ ସଂଯୋଜକ ଭାବେ ରୋହନ କୁମାର ମହତ, ସହସଂଯୋଜକ ଭାବେ ଯୁଗଳ କିଶୋର ଶବରଙ୍କୁ ମନୋନୀତ କରାଯାଇଛି । ଏହା ସହ ବ୍ଲକସ୍ତରୀୟ କମିଟିରେ କାର୍ଯ୍ୟକାରୀ ସଦସ୍ୟ ଭାବରେ ସୁରଦାସ ବାଗ, ତୁଳସୀରାମ ଜଗତ, ରାଜୁ ଛତ୍ରିଆ, କ୍ଷେତ୍ର ଛତ୍ରିଆ, ମୋହନ ସୁନା, ରାଜେଶ ମହାନନ୍ଦ, କରନ କୁମାର ଭୋଇ, ସୁମନ ମହତ, ଗୋବିନ୍ଦ ତାଣ୍ଡି, ବିଶିକେଶନ ମାଝୀଙ୍କୁ ଚୟନ କରାଯାଇଛି । ଆଗାମୀ ଦିନରେ ତୁରେକେଲା ବ୍ଲକରେ ସୂଚନା ଅଧିକାର ଆଇନ ୨୦୦୫ ପ୍ରଚାର, ପ୍ରସାର, ପ୍ରଶିକ୍ଷଣ ଶିବିର, କର୍ମଶାଳା, ଏହି ଆଇନ ଉପଯୋଗ ଓ କାର୍ଯ୍ୟକାରିତା ଭଳି ଅନ୍ୟ ପ୍ରକଳ୍ପ ମାନଙ୍କୁ ହାଥକୁ ନିଆଯିବ ବୋଲି ବ୍ଲକ ସଂଯୋଜକ ରୋହନ କୁମାର ମହତ କହିଛନ୍ତି । ତାଙ୍କ ଏହି ନିଯୁକ୍ତି ପାଇଁ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ସହଆବାହକ ଶ୍ରୀକାନ୍ତ ପାକଳ, ଜିଲ୍ଲା ସଂଯୋଜକ ନୀଳମଣି ଯୋଷୀ, ଶଙ୍କର ପାଣିଗ୍ରାହୀ ଧନ୍ୟବାଦ୍ ଜଣାଇଛନ୍ତି । ବିଗତ ୨୫, ୨୬ ଦୁଇ ଦିନ ଧରି ବଲାଙ୍ଗିରଠାରେ ସୂଚନା ଅଧିକାର ଆଇନ ଉପରେ ଗୋଟିଏ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ତୁରେକେଲା ବ୍ଲକ ଅଞ୍ଚଳରୁ ପ୍ରଭଜିତ ସିଂହ ସାଲୁଜା, ଆନନ୍ଦ ମୋଟେ, ଆଶିଷ ଖେତାନ, ମୋହନ ସୁନା, ରାଜେଶ ମହାନନ୍ଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି କର୍ମଶାଳାରେ ୧୦୦ରୁ ଅଧିକ ସୂଚନା ଅଧିକାର କର୍ମୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.