ରାଜ୍ୟ ଟାଇକଣ୍ଡୋ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର ପୁରୀ ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୧୪ ଓ ୧୫ ତାରିଖରେ ପୁରୀର ରାନୀସତି ଭବନ ସ୍ଥିତ ଟାଇକଣ୍ଡୋ ଟ୍ରେନିଂ ହଲରେ ଓଡିଶା ରାଜ୍ୟ ଟାଇକଣ୍ଡୋ ସଂଘ ତରଫରୁ ରାଜ୍ୟସ୍ତରୀୟ ଖିରୋଗୀ ଓ ପୁମସେଇ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ଏକ ଜଣିଆ ଟିମ୍‌ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ଏଥିରେ ସିନିୟର ଖିରୋଗୀ (ଫାଇଟିଂ) ବାଳକ ବିଭାଗରେ ସୁଦାମା ବାରିକ ଓ କାହ୍ନା ବାଗ ନେଉଥିବା ବେଳେ ଜୁନିୟର ଖିରୋଗୀ ବାଳିକା ବିଭାଗରେ ପରିିତା ବିଶ୍ୱାଲ, କୌଶଲ୍ୟା ଷଣ୍ଢ, ପ୍ରିୟଙ୍କା ପସାୟତ ଓ ଅଲଫିଜା ପରବିନ୍‌ ଭାଗ ନେବେ ବୋଲି ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ସାଧାରଣ ସଂପାଦକ ତଥା ଟାଇକଣ୍ଡୋ କୋଚ ଅସୀମ କୁମାର ଭୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବଲାଙ୍ଗିର ଦଳ ଆଜି ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି ।

Leave A Reply

Your email address will not be published.