jayashree

କୃଷି ଶିଳ୍ପ ନିଗମ ଉପାଧ୍ୟକ୍ଷଙ୍କ ବଲାଙ୍ଗିରଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା କୃଷି ଶିଳ୍ପ ନିଗମର ଉପାଧ୍ୟକ୍ଷ ଡ.ସନ୍ତୋଷ କୁମାର ବେଜ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ଜଳନିଧି-୨ ଯୋଜନାରେ ହିତାଧିକାରୀ ଚାଷୀ ମାନଙ୍କୁ କ୍ଷୁଦ୍ର ଉଠାଜଳ ସେଚନ ପ୍ରକଳ୍ପ ପାଇଁ ବିଭିନ୍ନ ଯନ୍ତ୍ରପାତି ବଣ୍ଟନ କରିଥିଲେ । ସରକାରଙ୍କ କୃଷି ଯନ୍ତ୍ରପାତି ରିହାତି ଯୋଜନାରେ ୨ ଜଣ ହିତାଧିକାରୀଙ୍କୁ ସ୍ୱରାଜ ଟ୍ରାକଟର ଓ ଅନ୍ୟ ୨ ଜଣକୁ ମେସି ଟ୍ରାକ୍ଟର ବଣ୍ଟନ କରାଯାଇଥିଲା । ବଲାଙ୍ଗିର ଜିଲ୍ଲା କୃଷି ଶିଳ୍ପ ନିଗମର ଅଗ୍ରଣୀ ସାର ଡିଲର ପ୍ରେମସୁଧ ପ୍ରଧାନ, ଶିବ ବାରିକ, ବିଭୂତି ପଟେଲ ଇତ୍ୟାଦି ଡ.ବେଜଙ୍କୁ କୃଷି ଶିଳ୍ପ ନିଗମ ମଧ୍ୟମରେ ଅଧିକରୁ ଅଧିକ ସାର ବ୍ୟବସାୟ କିଭଳି ହେବ ସେ ବିଷୟରେ ଅନୁରୋଧ କରିଥିଲେ । ପରେ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ମାଧ୍ୟମରେ କେମିତି ଅଧିକରୁ ଅଧିକ ହିତାଧିକାରୀ ଉପକୃତ ହେବେ ସେ ବିଷୟରେ ଡ.ବେଜ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ବଲାଙ୍ଗିର ଜିଲ୍ଲା ଏକ କୃଷି ବହୁଳ ଜିଲ୍ଲା ହୋଇଥିବାରୁ କିପରି ଉନ୍ନତ ମାନର କୃଷି ଉପକରଣ ଓ ଉଠାଜଳସେଚନ ମାଧ୍ୟମରେ କିପରି ଚାଷୀ ଅଧିକ ଅମଳ କରିପାରିବେ ସେ ବିଷୟରେ ଚାଷୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେଜଙ୍କ କରକମଳରେ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଅଙ୍କରିଆପଦର୍ ଗ୍ରାମ ପଞ୍ଚାୟତର ମୋଟିଝରିଆ ଗ୍ରାମରେ ଏକ ଉଠାଜଳ ସେଚନ ପ୍ରକଳ୍ପ ଲୋକାର୍ପିତ ହୋଇଥିଲା । ଏହି ପ୍ରକଳ୍ପରେ ୮ ଜଣ ହିତାଧକାରୀ ଚାଷୀ ଅନ୍ତର୍ଭୁକ୍ତ ଥିଲେ ଓ ଏହି ପ୍ରକଳ୍ପ ମାଧ୍ୟମରେ ୪୦ ଏକରରୁ ଅଧିକ ଜମି ଜଳ ସେଚିତ ହେବ । ଏହି କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର କୃଷି ଶିଳ୍ପ ନିଗମ କାର୍ଯ୍ୟାଳୟ ପରିଚାଳକ ଇଂ ରମ୍ୟରଂଜନ ମିଶ୍ର ପରିଚାଳନା କରିବା ସହ କନିଷ୍ଠ ଯନ୍ତ୍ରୀ ଶୁଭକାନ୍ତ ପ୍ରଧାନ, ଆଲୋକ ବିଶ୍ଵାଳ, ସୁଧୀର ମିଶ୍ର, ପଞ୍ଜିକୃତ ଇଲେକ୍ଟରିକାଲ କନଟ୍ରାକ୍ଟର, ଟ୍ରାକଟର ସପ୍ଲାୟରଙ୍କ ସହ କାର୍ଯ୍ୟାଳୟର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.