centurian jitm

ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ତେନ୍ତୁଳିଖୁଣ୍ଟି ବ୍ଲକ ଗସ୍ତ

nschool

ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନନ୍ୟା ଦାସ ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ଗସ୍ତ କରିଛନ୍ତି । ଏହି ଅବସରରେ ସେ ତେନ୍ତୁଳିଖୁଣ୍ଟି, ଦିଗି, ପୂଜାରୀଗୁଡା, ଅଞ୍ଚଳ ଗୁମା, ପାତ୍ରପୁଟ, କାମତା, କଂଗରା, କୁକୁଡ଼ାବାଇ ପଞ୍ଚାୟତକୁ ଗସ୍ତ କରିଛନ୍ତି । ଏହି ଗସ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ସମିତି ମେମ୍ବର, ଜିଆର୍‌ଏସ୍‌, ପିଇଓ ଉପସ୍ଥିତ ଥିଲେ । ଏହି ବ୍ଲକରେ ମନରେଗା ଯୋଜନାରେ ହେଉଥିବା ଉନ୍ନତି କାମ ଗୁଡ଼ିକ ମାଲିମୁଣ୍ଡାର ପୋଖରୀ ପୁନର୍ବାର ପଙ୍କ ଉଦ୍ଧାର, ପୂଜାରୀଗୁଡା ହାଟପଦା ଉନ୍ନତି କାମ, ମିନି ଖେଳ ପଡ଼ିଆ ବାଉଣ୍ଡରୀ କାମ, କୁର୍ମାକୋଟରେ ହେଉଥିବା ନୂତନ ପୋଖରୀ ଖନନ ଗୁଡିକ ଦେଖିବା ସହ ନଡିଆ ଭାଙ୍ଗି କାମ ଆରମ୍ଭ ନିମନ୍ତେ ଶୁଭ ଦେଇଥିଲେ । ବ୍ଲକର ସମସ୍ତ କାମ ଶ୍ରମିକଙ୍କୁ ଯୋଗାଇ ଦେବା ସହ ଶୀଘ୍ର ସାରିବା ଲାଗି ବିଡିଓକୁ କହିଛନ୍ତି । କୌଣସି କାମକୁ ନେଇ ବିରୋଧ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ତେନ୍ତୁଳିଖୁଣ୍ଟି ବିଡିଓ ଦୁର୍ଯ୍ୟୋଧନ ଭୋଇଙ୍କ ସହ ବ୍ଲକର ସମସ୍ତ ଜେଇ, ଏଇ, ଜିପିଓ, ଜିଆର୍‌ଏସ୍‌, ସିପି ଉପସ୍ଥିତ ରହିଥିଲେ । ପୂଜାରୀଗୁଡା ସରପଞ୍ଚ ଅନାଦି ପୂଜାରୀ, ଦିଗି ସରପଞ୍ଚ କିଶୋର ନାୟକ, କିଶ୍ୱର ସିଂହ, ଧରଣୀ ସିଂହ, ଟୁନା ଷଡ଼ଙ୍ଗୀ, ଭୀମ ପାଣିଗ୍ରାହୀ,ପୂର୍ବତନ ସରପଞ୍ଚ କୁମର ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.