ରାଜ୍ୟସ୍ତରୀୟ ଗଣତାନ୍ତ୍ରିକ ପ୍ୟାରେଡ ଶିବିର ପାଇଁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବାରିପଦା ଗସ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ସେବା ଯୋଜନା ନିମନ୍ତେ ରାଜ୍ୟସ୍ତରୀୟ ଗଣତାନ୍ତ୍ରିକ ପ୍ୟାରେଡ ଶିବିର ପାଇଁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗସ୍ତ ହୋଇଛି । ଜାତୀୟ ସେବା ଯୋଜନାର ରାଜ୍ୟସ୍ତରୀୟ ଗଣତାନ୍ତ୍ରିକ ପ୍ୟାରେଡ ୨୦-୨୧ ଅକ୍ଟୋବର, ୨୦୨୨ରେ ବାରିପଦା ସ୍ଥିତ ଏମ୍.ଏସ.ସି.ବି. ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ରାଜ୍ୟସ୍ତରୀୟ ଶିବିରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୩୬ ଜଣ ସ୍ଵେଚ୍ଛାସେବୀ ଯୋଜନା ଅଧିକାରୀ ଶକ୍ତି ରଞ୍ଜନ ଦାଶଙ୍କ ନେତୃତ୍ୱରେ ଭାଗ ନେବାକୁ ଯାଉଛନ୍ତି । ଏହି ଶିବିରରେ ଭାଗ ନେବା ପୂର୍ବରୁ ବିଶ୍ଵବିଦ୍ୟାଳୟ ସ୍ତରରେ ଏକ ଶିବିର କରାଯାଇଥିଲା । ଯେଉଁଥିରେ ବିଭିନ୍ନ ମହାବିଦ୍ୟାଳୟର ୭୦ରୁ ଅଧିକ ସ୍ଵେଚ୍ଛାସେବୀ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ଓ ସେମାନଙ୍କ ମଧ୍ୟରୁ ଏହି ୩୬ ଜଣଙ୍କୁ ଚୟନ କରାଯାଇଥିଲା । ବିଶ୍ଵବିଦ୍ୟାଳୟରୁ ପ୍ରସ୍ଥାନ କରିବା ପୂର୍ବରୁ ସ୍ଵେଚ୍ଛାସେବୀମାନେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୁଳସଚିବ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଓ ସ୍ନାତକୋତ୍ତର ବିଭାଗ ସମୂହ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ । ଯୋଜନା ସଂଯୋଜକ ଡ.ଜୟନ୍ତ କୁମାର ପଣ୍ଡା ଓ ଜିଲ୍ଲା ଯୋଜନା ଅଧିକାରୀ ସୁଦାମ ଚରଣ ବିଷୋୟୀ ମଧ୍ୟ ଉପସ୍ଥିତ ରହି ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ । ପୂର୍ବ ବର୍ଷ ଦିଲ୍ଲୀ ସ୍ଥିତ ଗଣତାନ୍ତ୍ରିକ ପ୍ୟାରେଡରେ ଭାଗ ନେଇଥିବା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ର ଓ ସ୍ୱେଚ୍ଛାସେବୀ ସ୍ୱରାଜ ମହାନ୍ତି ମଧ୍ୟ ନିଜର ଅନୁଭବ ଓ ଅଭିଜ୍ଞତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ।

Leave A Reply

Your email address will not be published.

error: Content is protected !!