oom

ଜିଲ୍ଲାପାଳଙ୍କ ଗଞ୍ଜାମ ଗ୍ରସ୍ତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମଙ୍ଗଳବାର ଗଞ୍ଜାମ ସହର ଗ୍ରସ୍ତ କରି ଗଞ୍ଜାମ ସବ ରେଜିଷ୍ଟର କାର୍ଯ୍ୟାଳୟ ଓ ପୋଲିସ ଥାନା ପରିଦର୍ଶନ କରିଥିଲେ । ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ତହସିଲ, ସବ ରେଜିଷ୍ଟର ଏବଂ ଏନଏସି କାର୍ଯ୍ୟାଳୟ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସୁଥିବାରୁ ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଜିଲ୍ଲାପାଳ ଥାନା ଓ ସବ ରେଜିଷ୍ଟର କାର୍ଯ୍ୟାଳୟର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସେ ସବୁର ସମାଧାନ ହୋଇପାରିବ ବୋଲି ଆଲୋଚନା କରିଥିଲେ । ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ଆଡିସନାଲ ତହସିଲଦାର ଶୁଭେନ୍ଦୁ ଜେନା, ଗଞ୍ଜାମ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ସେକେଣ୍ଡ ଅଫିସର ନାରାୟଣ କଁଅର, ସୁରେନ୍ଦ୍ର ପଡିଆରୀ, ସବ ରେଜିଷ୍ଟର ମୁଖ୍ୟ ହିସାବ ରକ୍ଷକ ସୀମାଞ୍ଚଳ ଦାଶ ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳଙ୍କ ପ୍ରଥମ ଗଞ୍ଜାମ ଗ୍ରସ୍ତ ଥିଲା ।

jittmm
Leave A Reply

Your email address will not be published.