ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଜୟପାଟଣା ଅଞ୍ଚଳ ଗସ୍ତ

ଜୟପାଟଣା, (ଶେଷଦେବ ବେହେରା) : ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ କଳାହାଣ୍ଡି ଗସ୍ତ ଅବସରରେ ଜୟପାଟଣା ବ୍ଲକର ବିଭିନ୍ନ ବିଦ୍ୟାଳୟ ସହିତ ଇନ୍ଦ୍ରାବତୀ ପ୍ରକଳ୍ପ ହେତୁ ବିସ୍ଥାପିତ ହୋଇଥିବା ପରିବାରର ଶିଶୁ ମାନଙ୍କ ଶିକ୍ଷା ବ୍ୟବସ୍ଥା, ପାନୀୟ ଜଳ ଖାଦ୍ୟ ସୁରକ୍ଷା, ଗମନା ଗମନ, ସ୍ୱାସ୍ଥ୍ୟ ସେବା ଦକ୍ଷତା ବିକାଶ, ଭତ୍ତା କ୍ଷେତ୍ରରେ କେତେ ପରିମାଣରେ ପ୍ରଭାବିତ ପରିବାରମାନେ ଲାଭାର୍ଥୀ ହୋଇଛନ୍ତି ତାହା ଦେଖିବା ସହ ବିଭିନ୍ନ ବିଦ୍ୟାଳୟ ଓ ପ୍ରଭାବିତ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଥଲେ । ଇନ୍ଦ୍ରାବତୀ ଜଳ ଭଣ୍ଡାର ହେତୁ ୭୪ଖଣ୍ଡ ଗାଁ ର ୬୧୩୩ ପରିବାରଙ୍କୁ ବିସ୍ଥାପନ କରାଯାଇ ଥିଲେ ମଧ୍ୟ ଅନେକ ପରିବାର ତତ୍କାଳୀନ ସରକାରୀ ସହାୟତା ରାଶି ନାମକୁ ମାତ୍ର ହୋଇଥିବାରୁ ଅନେକ ପରିବାର ଜଳ ଭଣ୍ଡାର ପରିଧି ମଧ୍ୟରେ ଏକ ସାଙ୍କେତିକ ଜୀବନ ଶୈଳୀ ମଧ୍ୟରେ ରହିଗଲେ । କିଛି ପରିବାର ଜୟପାଟଣା ଅଞ୍ଚଳକୁ ଆସି ସାମାନ୍ୟତମ ଚଳଣୀ ମଧ୍ୟରେ ରାଣୀବାହାଲ, କେନ୍ଦୁଗୁଡ଼ା, ଚିର୍କା, ହୀରାପୁର, କୁଲେରଭାଟା, ଛତାବାନ୍ଦୁଗୁଡ଼ା, ମଙ୍ଗଳପୁର, ରଜାମୁଣ୍ଡା, ପଣ୍ଡି, ସାନକର୍ଲାକୋଟ ଆଦି ଅଞ୍ଚଳରେ ବିସ୍ଥାପିତ ହୋଇ ପ୍ରତିକୂଳ ଜୀବନ ଶୈଳୀ ମଧ୍ୟରେ ନିଜକୁ ସାମିଲ କରିଦେଲେ । ସାମାନ୍ୟତମ ଚାଷ ଓ ମୂଳ ଲାଗିବା ସେମାନଙ୍କ ଜୀବନ ଯାପନର ମାଧ୍ୟମ ପାଲଟିଗଲା । ଗତ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୁଇଆଁ ସଂପୃକ୍ତ ଅଞ୍ଚଳ ଗସ୍ତ ପ୍ରଭାବିତଙ୍କ ମଧ୍ୟରେ ଏକ ଅଜଣା ଆଶା ସଂଚାର ହୋଇଥିବା ଦେଖିବାକୁ ମିଳୁଛି । ନିର୍ଦ୍ଦେଶକ ଜୟପାଟଣା ବ୍ଲକର ରାଣୀବାହାଲ, ରାଜାମୁଣ୍ଡା, ମାଳମାଝୀପଡ଼ା, କୁହୁରୀଗୁମା, ହୀରାପୁର ଆଦି ବିଦ୍ୟାଳୟ ପରିଦର୍ଶନ ସହିତ ବିସ୍ଥାପିତ ପରିବାରଙ୍କ ସାଙ୍ଗରେ ସାକ୍ଷାତ ଆଲୋଚନା କରିଥଲେ । ପରେ ଇନ୍ଦ୍ରାବତୀ ଜଳଭଣ୍ଡାର ପରିଦର୍ଶନ ସହ ମହୁଲପାଟଣା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ସାମିଲ ହୋଇ ପାଡେପଦର, ଖମାରପଦର ଯାଇ ଲୋକଙ୍କ ସହ ଆଲୋଚନା କରିଥଲେ । ଗସ୍ତ ସମୟରେ ଜୟପାଟଣା ଓ କଲମପୁର ବିଡିଓ, ରାମପୁର ଅଧ୍ୟକ୍ଷ, ଏଡିଇଓ, ବିଆର୍‌ସିସି ସୁରେନ୍ଦ୍ର ମୋହନ ଯୋଶୀ, ହେମନ୍ତ କୁମାର ପଣ୍ଡା, ସିଆର୍‌ସିସି ତାପସ ପଣ୍ଡା, ମାନସ ପଣ୍ଡା ପ୍ରମୁଖ ସହଯୋଗ କରିଥଲେ ।

Leave A Reply

Your email address will not be published.