କେସିଙ୍ଗା ଗସ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ସକାଳ ଦଶଟା କୁଡ଼ିଏ ମିନିଟରେ ଭୁବନେଶ୍ୱରରୁ ବିମାନ ଯୋଗେ ଉତ୍କେଲା ବିମାନ ବନ୍ଦରରେ ପହଞ୍ଚିଥିଲେ । ତାଙ୍କୁ ପ୍ରଶାସନ ଓ ବିଭିନ୍ନ ମହିଳା ଗୃପ ତଥା କଳାହାଣ୍ଡିର ସଭାପତି ଯୁଗଳ ପୋଢ଼ଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରିଥିଲେ । ତାପରେ ଗାଡି ଦ୍ୱାରା ଗୁର୍ଜିମୁଣ୍ଡା ସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନୀ କ୍ଷେତ୍ର ଯୋଗମାୟା ପୀଠକୁ ପରିଦର୍ଶନ କରିଥିଲେ । ମା’ ଯୋଗମାୟାଙ୍କୁ ଦର୍ଶନ କରି ମନ୍ଦିର ପରିସର ବୁଲିଥିଲେ ଓ ଯୋଗମାୟା ମନ୍ଦିର କମିଟି ତରଫରୁ ଶ୍ରୀମତୀ ପ୍ରଭାତୀ ପରିଡାଙ୍କୁ ଭବ୍ୟ ସ୍ୱାଗତ ପୁଷ୍ପମାଲ୍ୟା ଦେଇ ସମ୍ୱର୍ଦ୍ଧନା କରାଯାଇଥିଲା । ଏହି ପରିପେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱଧିନ ଲୋକଙ୍କ ସରକାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା ବହୁ ଅପେକ୍ଷୀତ ମା’ ଯୋଗମାୟା ପୀଠକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ସ୍ୱୀକୃତି ପ୍ରଦାନ କରିବା ସହ ବାର କୋଟି ଟଙ୍କାର ଡି ପି ଆର ପ୍ରସ୍ତୁତ କରି ଶୀଘ୍ର କାମ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ଆଦେଶ କଲେ । କେସିଙ୍ଗା ବିଜେପି ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ଵରେ କେସିଙ୍ଗା ବିଜେପି କାର୍ଯ୍ୟାଳୟ ସମାନରେ କେସିଙ୍ଗା ବିଜେପି କର୍ମୀଙ୍କ ଦ୍ଵାରା ଭବ୍ୟ ସ୍ୱାଗତ୍ କରାଗଲା । ତାପରେ ଜଗନ୍ନାଥ ମନ୍ଦିରକୁ ପରିଦର୍ଶନ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଋଷି ସାହ ମୁଖ୍ୟମନ୍ତ୍ରୀ ସଭାଗୃହରେ ସିଟିଜନ ଫୋରମ କେସିଙ୍ଗା ତରଫରୁ ଆୟୋଜିତ ବାର୍ଷିକ ଦିବସ ୨୦୨୬ ରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ସିଟିଜନ ଫୋରମର ସଭାପତି ହେମସାଗର ସାହୁଙ୍କ ନେତୃତ୍ଵରେ ସମ୍ପାଦକ ଚନ୍ଦ୍ର ଶେଖର ଆଚାରୀଙ୍କ ଦ୍ୱାରା ୧୦ ଦଫା ଦାବି ଉପସ୍ଥାପନା କରଗଲା । ଯାହା କେସିଙ୍ଗା କୋଣାର୍କ ମିର୍ଲସର ପୁନଃରୁଦ୍ଧାର, ଯୋଗମାୟା ପୀଠର ଉନ୍ନତିକରଣ, ତହସିଲ ଯୋଜନା ଡେମର ପ୍ରାକୃତିକ ସୌନ୍ଦର୍ଯ୍ୟ କରଣ, ଶୈବପୀଠ ବେଲଖଣ୍ଡି ମନ୍ଦିରର ଉନ୍ନତିକରଣ ତଥା କେସିଙ୍ଗାର ବିଭିନ୍ନ ସମସ୍ୟାର ଦାବି ଉପସ୍ଥାପନା କରିଥିଲେ । କେସିଙ୍ଗା ସହର ସ୍ଥିତ ପିଏମ ଶ୍ରୀ ହାଇସ୍କୁଲରେ ନବ ନିର୍ମିତ ବାଳକ ହଷ୍ଟେଲର ଉଦଘାଟନ କରିଥିଲେ ଏବଂ କେସିଙ୍ଗା ପଞ୍ଚାୟତ ସମିତିରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଓ ମିଶନ ଶକ୍ତି ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଅପରାହ୍ନ ୩.୩୦ ସମୟରେ ମଧ୍ୟାହ୍ନ ଭୋଜନ ସାରି ଉତ୍କେଳାରୁ ଉଡାଜାହାଜ ଯୋଗେ କନ୍ଧମାଳ ଜିଲ୍ଲା ବାଲିଗୁଡା ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.