ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ସଚିବଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ରାଜ୍ୟ ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ କମିଶନର ଏସ୍ ଏନ ଗିରିଶ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଥିଲେ । ଏହି ଅବସରରେ ସେ ସୋନପୁର ପଞ୍ଚାୟତ ସମିତି ଅନ୍ତର୍ଗତ କଳାପଥର ଗ୍ରାମ ପଞ୍ଚାୟତର ନନ୍ଦନମାଲ ଠାରେ ନିର୍ମାଣାଧୀନ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରିଥିଲେ । ପରେ ପରେ ଉଲୁଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ କୋଟ ସମଲାଇ ଠାରେ ନିର୍ମାଣାଧୀନ ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ ଓ ପାତାଳୀ ଶ୍ରୀକ୍ଷେତ୍ର ମନ୍ଦିର ଓ ଗୁମ୍ଫା ଦର୍ଶନ କରିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ଓ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ଅଧିକ୍ଷଣ ଯନ୍ତ୍ରୀ ଆଶୁତୋଷ ଭଦ୍ର ଓ ସୋନପୁର ଓ ବୀରମହାରାଜପୁର ସହକାରୀ ଯନ୍ତ୍ରୀ ଦ୍ୱୟ, ଯନ୍ତ୍ରୀ ଗଋଓଖ ଓ ଅନ୍ୟ କର୍ମଚାରୀମାନେ କମିଶନର ତଥା ଶାସନ ସଚିବଙ୍କ ସହିତ ଗସ୍ତ କରି ପ୍ରକଳ୍ପ ବିଷୟରେ ଅବଗତ କରାଇଥିଲେ । ଏହି ଗସ୍ତ ଅବସରରେ ସେ ସୋନପୁର ଓ ତରଭା ବ୍ଲକରେ ବର୍ତ୍ତମାନ ଚାଲୁଥିବା ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟର ଅଗ୍ରଗତିର ପର୍ଯ୍ୟାଲୋଚନା କରିଥିଲେ । କମିଶନର ତଥା ଶାସନ ସଚିବ, ଇପିସି କର୍ମକର୍ତ୍ତାଙ୍କୁ ଅଧିକ ସଂଖ୍ୟକ ମାନବ ସମ୍ବଳ ବିନିଯୋଗ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମାପନ କରିବା ସହିତ ପ୍ରକଳ୍ପ ଗୁଡ଼ିକର ଗୁଣବତ୍ତା ସଠିକ୍ ଭାବରେ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.