ରାଜ୍ୟସ୍ତରୀୟ ସ୍କୁଲ ଗେମ ଟାଇକଣ୍ଡୋ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର କେନ୍ଦୁଝର ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ କେନ୍ଦୁଝରର ବର୍ବିଲ ଠାରେ ରାଜ୍ୟସ୍ତରୀୟ ସ୍କୁଲ ଗେମ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବଲାଙ୍ଗିର ଜିଲ୍ଲାରୁ ୧୬ଜଣିଆ ଟିମ୍‌ ଆଜି କେନ୍ଦୁଝର ଅଭିମୁଖେ ଯାତ୍ରା କରିଛନ୍ତି ।୧୭ ବର୍ଷରୁ କମ୍‌ ବାଳିକା ବିଭାଗରେ ରୀତୁ ବାଗ, ରୀତୁ ବିଶି, ଶ୍ରାବଣୀ ଜାଲ, ପୁଷ୍ପାଞ୍ଜଳି ଚନ୍ଦନ ଓ ବାଳକ ବିଭାଗରେ ଜୟମ୍‌ ସାହୁ, ଜ୍ୟୋତିର୍ମୟ ଜେନା, ସୀତୁ ପୋଡ, ଓମ୍‌ପ୍ରାଶ ପୃଷ୍ଟି, ହୃଷିକେଶ ପୁଟେଲ, ପ୍ରମିତ ବିଶ୍ୱାଳ, ଭୋଜରାଜ ବେହେରା ଓ ବିଭୁବ୍ରତ ସାହୁ ଭାଗ ନେଉଥିବା ବେଳେ ୧୪ ବର୍ଷରୁ କମ୍‌ ବାଳିକା ବିଭାଗରେ ମୀରା ସେଠ ଓ ବାଳକ ବିଭାଗରେ ଯୁବରାଜ ତୁମନିୟା, ସାଇଶକ୍ତି ଶିବାନନ୍ଦ ବେହେରା, ଲିଙ୍ଗରାଜ ପଧାନ ଓ ଗୋପବନ୍ଧୁ ନନ୍ଦ ଭାଗ ନେଇଥିବା ବେଳେ ଟିମ୍‌ ମ୍ୟାନେଜର ଭାବେ ୟୁଜିଏଚ୍‌ଏସ୍‌ ଚିକଲବାହାଲ ପିଇଟି ରାଜକୁମାର ପାଣିଗ୍ରାହୀ ଓ ଏନ୍‌ବି ଉଚ୍ଚ ବିଦ୍ୟାଳୟ ଜରାସିଂହା ପିଇଟି ପୁଷ୍ପାଞ୍ଜଳି କିଶାନ ମନୋନୀତ ହୋଇଛନ୍ତି । ଏହି ଅବସରରେ ବଲାଙ୍ଗିର ଶିକ୍ଷା ବିଭାଗ ତରଫରୁ ଟାଇକଣ୍ଡୋ କୋଚ୍‌ ତଥା ଜାତୀୟ ସ୍ତରୀୟ ରେଫରି ଅସୀମ କୁମାର ଭୋଇଙ୍କୁ ଏହି ରାଜ୍ୟସ୍ତରୀୟ ସ୍କୁଲ ଟାଇକଣ୍ଡୋ ପରିଚାଳନା କରିବା ପାଇଁ ଟେକ୍‌ନିକାଲ ଅଫିସିଆଲ ଭାବେ ନିୟୋଜିତ କରାଯାଇଛି । ଏ ଅବସରରେ ଡିପିଇଓ ପ୍ରଦୀପ ପାତ୍ର, ଟାଉନ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର ଓ ଚିକଲବାହାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜକିଶୋର ପଧାନ ସମସ୍ତ ଛାତ୍ରଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.