oom

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କେସିଙ୍ଗା ଗସ୍ତ

jsmm

କେସିଙ୍ଗା, (ପ୍ରୀତେଶ ପଟେଲ) : ରାଜ୍ୟ ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦିନିକିଆ କେସିଙ୍ଗା ଗସ୍ତରେ ଆସି ସ୍ଥାନୀୟ ଏନ୍ଏସି ପାଖ କଲ୍ୟାଣ ମଣ୍ଡପରେ ଏକ ଜନସଭାକୁ ସମ୍ବୋଧନ କରିଥିଲେ । ରାଜ୍ୟରେ ବିଜେପି ସରକାରଙ୍କ ନଅ ମାସର ଉପଲବ୍ଧି ବିଷୟରେ କହି ନିଜ ଭାଷଣ ସୁଭଦ୍ରା ଯୋଜନାରୁ ଆରମ୍ଭ କରି ଅନ୍ତୋର୍ଦୟ ଯୋଜନାରେ ଶେଷ କରିଥିଲେ । ଓଡ଼ିଶା ସରକାରଙ୍କ ଦ୍ଵାରା ଜିଲ୍ଲା ଭିତ୍ତିକ ନୀତିରେ ଶିକ୍ଷାର ନୂତନ ଅଧ୍ୟାୟ ଆରମ୍ଭ ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼, କେସିଙ୍ଗା ନଗର ସଭାପତି ମଗନ ସିନ୍ଦୂର, ଜିଲ୍ଲା ସମ୍ପାଦକ ସନ୍ତୋଷ ଦାସ, ପୂର୍ବତନ ସଦର ବିଧାୟକ ଅନାମ ନାୟକ, ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷା ନମିତା ରାଣୀ ସାହୁ, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଜିଲ୍ଲା ଉପ ସଭାପତି ନିରୁପମା ସାମଲ, ପ୍ରଶାନ୍ତ ସାହୁ, ଲକ୍ଷ୍ମୀ ବାଗ, କଶୁର ପଡା ମଣ୍ଡଳ ସଭାପତି ଋତୁପୂର୍ଣ୍ଣ ସାହୁ, ଉତ୍କେଳା ମଣ୍ଡଳ ସଭାପତି ଅଭିମନ୍ୟୁ ସାହୁ, ବୋରିଆ ମଣ୍ଡଳ ସଭାପତି ଅଶୋକ ପୋଢ଼, ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟରଞ୍ଜନ ଜ୍ୟୋତି ଓ କେସିଙ୍ଗା ନଗର ସାଧାରଣ ସମ୍ପାଦକ ପ୍ରୀତେଶ ପଟେଲ ଓ ଅନେକ ବିଜେପି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଜୟଶଙ୍କର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ସନ୍ତୋଷ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଏନ୍ଏସି ଗେଷ୍ଟ ହାଉସରେ ମଧ୍ୟାହ୍ନ ଭୋଜନ ଖାଇ କେସିଙ୍ଗା ତେରାପନ୍ଥ ଭବନରେ କିଛି ସମୟ ରହି ଫେରି ଯାଇଥିଲେ । ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ କିନ୍ତୁ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା । ମନ୍ତ୍ରୀ ମଞ୍ଚ ଉପରେ ଜନସଭାକୁ ଉଦବୋଧନ ଦେଉଥିବା ବେଳେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ମଞ୍ଚ ସାମ୍ନାରେ ବସିଥିବା ଲୋକଙ୍କ ପାର୍ଶ୍ଵ ଓ ମଞ୍ଚର ଚାରିପଟେ ସାନିଟାଇଜର ସିଞ୍ଚନ କରାଯିବାକୁ ନେଇ ଆଲୋଡନ ସୃଷ୍ଟି ହୋଇଥିଲା । ସିଞ୍ଚନ ପୂର୍ବରୁ ମଞ୍ଚ ସାମ୍ନାରେ ବସିଥିବା କର୍ମୀଙ୍କ ନାକ ନିକଟରେ ଥିବା ନାଳର ପାଣି ଦୁର୍ଗନ୍ଧରେ ଫାଟି ଯାଉଥିବା ବେଳେ ବିଜେପି କର୍ମୀଙ୍କ ସୂଚନା ପରେ ସାନିଟାଇଜ ସିଞ୍ଚନ କରାଯାଇଥିଲା । ଯାହାକୁ ନେଇ ବିଜେପି କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ଶେଷରେ ଏକ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ କେସିଙ୍ଗା ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଅନେକ ଲୋକ ଓ କଳାହାଣ୍ଡି ଜିଲ୍ଲା କଂଗ୍ରେସର ସମ୍ପାଦକ ତରୁଣ ସିଂ ନିଜର ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.