oom

ଲାୟନ୍ସ କ୍ଲବ ୩୨୨ସି ୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ପ୍ରଦୀପ ବଂଶଲଙ୍କ ଟିଟିଲାଗଡ଼ ଗସ୍ତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ଅପରାହ୍ନରେ ଲାୟନ୍ସ ୩୨୨ସି ୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ ପ୍ରଦୀପ ବଂଶଲ ଓ କ୍ୟାବିନେଟ ସେକ୍ରେଟାରୀ ମନିସ କୁମାର ଜୈନ ଟିଟିଲାଗଡ଼ ଗସ୍ତରେ ଆସିଥିଲେ । ଏହି ଅବସରରେ ଉଭୟଙ୍କୁ ଟିଟିଲାଗଡ଼ କ୍ଲବ ସଭାପତି ଓ ସଦସ୍ୟମାନେ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ପରେ ସ୍ଥାନୀୟ ଲାୟନ୍ସ ଡେନ ଠାରେ ଆଗାମୀ ଦିନରେ କ’ଣ କ’ଣ ସାମାଜିକ କାର୍ଯ୍ୟ ହାତକୁ ନିଆ ଯିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା । ନେପାଳ ଟୁର୍‌ର ସୁନ୍ଦର ଆୟୋଜନ ପାଇଁ ତଥା କ୍ଲବକୁ ସହଯୋଗ ଓ ବିଭିନ୍ନ କାର୍ଯ୍ୟ ପାଇଁ ତାଙ୍କର ସମର୍ଥନ ଜଣାଇବା ପାଇଁ କ୍ଲବ ତରଫରୁ ଉଭୟ ଅତିଥିଙ୍କୁ ଉତ୍ତରୀୟ ଓ ମିଷ୍ଟାନ୍ନ ଦେଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଟିଟିଲାଗଡ଼ ଲାୟନ୍ସ କ୍ଲବର ସଭାପତି ଗଙ୍ଗାଧର ଶର୍ମା, ସମ୍ପାଦକ ଆବାସ ଖାଁ, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, କ୍ଲବର ପୂର୍ବତନ ସଭାପତି ଲିଙ୍ଗରାଜ ସାହୁ, ଦୀପକ ପୃଷ୍ଟି, ଲାୟନ ଅଜିତ ପାତ୍ର, ପ୍ରଦୀପ ବାରିକ, ଗୁଲାପ ସୋନି, ଲଲାଟେନ୍ଦୁ ସାହୁ, ପଙ୍କଜ ନାମଦେବ, ଆକାଶ ଜୈନ, ରାଜା କମାନୀ, ଲିଓ ଅଙ୍କିତ ଗୁପ୍ତା ପ୍ରମୁଖ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.