jayashree

ମହାମହିମ ରାଜ୍ୟପାଳଙ୍କ ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତ

  • ଛାତ୍ରଛାତ୍ରୀ, ଅଙ୍ଗନୱାଡି କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଉତ୍ସାହିତ କଲେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ମହାମହିମ ରାଜ୍ୟପାଳ ରଘୁବର ଦାସ ଆଜି ଦିନିକିଆ ଗସ୍ତ ବଲାଙ୍ଗିର ଜିଲ୍ଲାକୁ ଆସି ଜିଲ୍ଲାର ଜନସାଧାରଣଙ୍କ ସହିତ ବିଭିନ୍ନ ଉନ୍ନତମୂଳକ ଯୋଜନା ବିଷୟରେ ଆଲୋଚନା କରିଛନ୍ତି । ପ୍ରଥମେ ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଝଳିଆଲିଟି ଅଙ୍ଗନୱାଡି ସେଣ୍ଟରଠାରେ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ରାଜ୍ୟପାଳଙ୍କୁ ଭବ୍ୟ ସ୍ଵାଗତ କରାଯିବା ସହ ଗାର୍ଡ ଅଫ ଅନର ଦିଆଯାଇଥିଲା । କେନ୍ଦ୍ର ସରକାରଙ୍କ ପୋଷଣ ଯୋଜନାର କାର୍ଯ୍ୟକାରିତା ଉପରେ ଅଙ୍ଗନୱାଡି ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ଫୁଲକିମୁଣ୍ଡା ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନଙ୍କ ସହ ଯୋଗାଯୋଗ କରିଥିଲେ । ଶିକ୍ଷିତ ଓଡିଶା ବିକଶିତ ଓଡିଶା ହୋଇ ପାରିବ ବୋଲି ନିଜ ଅଭିଭାଷଣରେ କହିଥିଲେ । ସମସ୍ତ ଛାତ୍ରଛାତ୍ରୀଙ୍କୁ ବଡ ହେଲେ କ’ଣ ହେବ ବୋଲି ପଚାରିଥିଲେ । ପରେ ଖପ୍ରାଖୋଲ ଡାକ୍ତରଖାନାକୁ ଆସି ଷ୍ଟାଫ ସହିତ ଦେଖା କରି ସୁବିଧା ଅସୁବିଧା ବୁଝିଥିଲେ । ଆଶାମାନଙ୍କ ସହ ସାକ୍ଷାତ କରିଥିଲେ । ଏବଂ ଡାକ୍ତରମାନଙ୍କୁ ସାକ୍ଷାତ କରି ଫେରି ଯାଇଥିଲେ ରାଜ୍ୟପାଳ ମହୋଦୟ । ପରେ ହରିଶଙ୍କର ଗସ୍ତରେ ଯାଇ ମନ୍ଦିର ପରିଦର୍ଶନ କରି ସରିଲା ପରେ ମିଶନ ଶକ୍ତି ଦ୍ୱାରା ନିର୍ମିତ ମଧ୍ୟମ କ୍ଷୁଦ୍ର ବ୍ୟବସାୟିକ ଉଦ୍ୟୋଗ ଗୃହଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଉତ୍ସାହିତ କରିଥିଲେ । ଉପସ୍ଥିତ ଥିବା ସମସ୍ତ ମହିଳାମାନଙ୍କୁ ଅଭିଭାଷଣରେ କହିଥିଲେ ନାରୀ ଶକ୍ତି ହିଁ ରାଷ୍ଟ୍ର ଶକ୍ତିର ଆଧାର, ଭାରତୀୟ କୁଟୁମ୍ବ ବ୍ୟବସ୍ଥାର ଧାରକ । ସେମାନଙ୍କ ସାମର୍ଥ୍ୟର ସଫଳ ଉପଯୋଗରେ ଦେଶର ଉନ୍ନତି । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଭାରତରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେଉଛି । ଏହାକୁ ଆଗକୁ ନେବାକୁ ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନା କରିଛନ୍ତି । ଯୋଜନାର ଲାଭ ନେବାକୁ ମାନ୍ୟବର ରାଜ୍ୟପାଳ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ବୋଧନ କରିଛନ୍ତି । ଏହା ସହିତ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀର ହିତାଧିକାରୀ ମହିଳା ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଲୋକଙ୍କ ବିଭିନ୍ନ ଅଭାବ ଅଭିଯୋଗ ସମସ୍ୟା ଶୁଣି ବିହିତ ପଦକ୍ଷେପ ନେବେ ବୋଲି କହିଛନ୍ତି । ଆଜିର ଏହି ଗସ୍ତରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ପୋଲିସ ଅଧ୍ୟକ୍ଷ ରିଷିକେଶ ଖିଲାରୀ, ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବଚରଣ ବେହେରା, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠି, ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା, ଖପ୍ରାଖୋଲ ବିଡ଼ିଓ ଆକାଶ ରଞ୍ଜନ ସାହୁ, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଲାଠୋର ଥାନାଧିକାରୀ ଝସକେତନ ଭୋଇ, ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ, ଖପ୍ରାଖୋଲ ସିଡିପିଓ ସୁଜାତା ଦୋରା, ଖପ୍ରାଖୋଲ ଏବିଇଓ ମିନିକେତନ ବରିହା, ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ବେଳେ ଭାରି ମାତ୍ରାରେ ପୋଲିସ ମୁତୟନ ଥିଲେ ।

Leave A Reply

Your email address will not be published.