jayashree

ବଲାଙ୍ଗିର ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

  • ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ଯୋଗଦେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ଏହି ଗସ୍ତ ଅବସରରେ ସେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । କୋଶଳ କଳା ମଣ୍ଡଳ ପଡିଆରେ ଜିଲ୍ଲା ପ୍ରଶାସନ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଏହି ମେଳାର ଆୟୋଜନ କରାଯାଇଛି । ମେଳାରେ ବିଭିନ୍ନ ଷ୍ଟଲ ବୁଲି ଜିଲ୍ଲାର ସଫଳ ଚାଷୀ ତଥା ଯୁବ ଉଦ୍ୟୋଗୀମାନଙ୍କ ସହ ବାର୍ତ୍ତାଳାପ କରିଥିଲେ ଅସିତ୍ ତ୍ରିପାଠୀ । ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା ଉପସ୍ଥିତ ଥିବା ବେଳେ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ଅଜିତ୍ କୁମାର ମିଶ୍ର ଉପସ୍ଥିତ ଥିଲେ । ଅସିତ୍ ତ୍ରିପାଠୀ କହିଛନ୍ତି, ମେଳାରେ ନୂତନ ଜ୍ଞାନ କୌଶଳ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜାଣିବାକୁ ପାଇବେ ଚାଷୀ । ସରକାରଙ୍କ ନୂତନ କ୍ଷୁଦ୍ର ଶିଳ୍ପ ନୀତିର ଲାଭ ଉଠାଇବା ସହ ନିଜସ୍ୱ ଆୟ ଅଭିବୃଦ୍ଧି କରିବାରେ ଏହା ସହାୟକ ହେବ । ଜିଲ୍ଲାର କୁକୁଡା ଚାଷୀ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଅଧିକ ଅଣ୍ଡା ଉତ୍ପାଦନ କରିପାରୁଛନ୍ତି । କାର୍ଯ୍ୟକ୍ରମରେ ସଫଳ ଉଦ୍ୟୋଗୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.