centurian jitm

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଲୋଇସିଂହା ବ୍ଲକ ଗସ୍ତ

nschool

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଶୁକ୍ରବାର ଲୋଇସିଂହା ବ୍ଲକର ଯୋଗିସର୍ଡା ଓ ବାଦିବାହାଲ ଗ୍ରାମ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକକାର୍ଯ୍ୟର ସମୀକ୍ଷା କରିଥିବା ଜଣାଯାଇଛି । ପ୍ରଥମେ ସେ ଯୋଗିସର୍ଡାର ପ୍ରସିଦ୍ଧ ଶୈବପୀଠ ଯୋଗେଶ୍ୱର ମହାଦେବ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା କରି ମନ୍ଦିର ପୂଜକମାନଙ୍କ ସହିତ ଆଲୋଚନା କରିଥିଲେ । ଏଥିସହିତ ଶୈବପୀଠର ରୂପାନ୍ତରଣ ଓ ଭିତ୍ତିଭୂମିର ବିକାଶ ଦିଗରେ ଜିଲ୍ଲାପାଳଙ୍କ ସହିତ ମଧ୍ୟ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ପରେ ସ୍ଥାନୀୟ ହରିହର ହାଇସ୍କୁଲ ପରିସରରେ ବିକାଶ ପରିଷଦ ଦ୍ୱାରା ଅନୁଦାନପ୍ରାପ୍ତ କାର୍ଯ୍ୟ ପରିଦର୍ଶନ କରିବା ପରେ ବାଦିବାହାଲ ଗ୍ରାମକୁ ଯାଇ ମୁଖ୍ୟମନ୍ତ୍ରୀ ସଭାଗୃହ କାର୍ଯ୍ୟର ସମୀକ୍ଷା କରିଥିଲେ । ସେଠାରେ ଏକ ସାମୁହିକ କଲ୍ୟାଣ ମଣ୍ଡପ ଓ ଶିଶୁ ଉଦ୍ୟାନ ନିର୍ମାଣ ସକାଶେ ଜିଲ୍ଲା ପରିଷଦ ସଭ୍ୟା ଲିଳୀମା ବେହେରା ଶ୍ରୀ ତ୍ରିପାଠୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ପରେ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ନିକଟସ୍ଥ ଗାଈଖାଇ ଇକୋ ଟୁରିଜମ ପ୍ରକଳ୍ପ ପରିଦର୍ଶନ କରିବା ସହିତ ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ସେଠାରେ ବଲାଙ୍ଗିର ଡିଏଫ୍ଓ ନୀତିଶ କୁମାର ଉପସ୍ଥିତ ରହି ତାଙ୍କୁ ସ୍ଵାଗତ ଜଣାଇବା ପରେ ବନ ବିଭାଗ ପକ୍ଷରୁ ଶ୍ରୀ ତ୍ରିପାଠୀଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା । ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କ ଏହି ଗସ୍ତ ସମୟରେ ଲୋଇସିଂହା ବିଡ଼ିଓ ଯୁଧିଷ୍ଠିର ମେହେର, ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ତ୍ରିପାଠୀ, ସଦସ୍ୟ ନାରାୟଣ ସାହୁ, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ବିଜେଡି ବ୍ଲକ ସଭାପତି ହୃଦୟାନନ୍ଦ ବେହେରା, ପୂର୍ବ ବ୍ଲକ ସଭାପତି ସୁଶାନ୍ତ ମିଶ୍ର, ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ପାଢ଼ୀ, ସମାଜସେବୀ ଜିତୁ ତ୍ରିପାଠୀ, ଦୂର୍ବାଦଳ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!