oom

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବଲାଙ୍ଗିର ଗସ୍ତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ. ସୁରେଶ ଚନ୍ଦ୍ର ଦଲାଇ ବଲାଙ୍ଗିର ଜିଲ୍ଲା ଗସ୍ତରେ ପହଞ୍ଚି ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ବିଭିନ୍ନ ବିଭାଗଗୁଡିକର ଉନ୍ନୟନମୂଳକ କାର୍ଯ୍ୟପନ୍ଥାର ସମୀକ୍ଷା ସମ୍ପୃକ୍ତ ଅଧିକାରୀମାନଙ୍କ ସହ କରିଛନ୍ତି । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧୁରୁଆ, ମହେନ୍ଦ୍ର ମହାପାତ୍ରଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହାପରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ. ସୁରେଶ ଚନ୍ଦ୍ର ଦଲାଇ ସନ୍ଥ ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ, ବଲାଙ୍ଗିରର ପରିଚାଳନା କମିଟି ବୈଠକରେ ଉପସ୍ଥିତ ରହି ଭୀମଭୋଇ ଭେଷଜ ମହାବିଦ୍ୟାଳୟର ଅଗ୍ରଗତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଡଃ. ସୁରେଶ ଚନ୍ଦ୍ର ଦଲାଇ ଭେଷଜ ମହାବିଦ୍ୟାଳୟର ନୂତନ ଶିକ୍ଷା ଭେଷଜ ମହାବିଦ୍ୟାଳୟର କୋଠରି ନିର୍ମାଣ, ବିଭିନ୍ନ ଯନ୍ତ୍ରପାତି, ବିଦ୍ୟୁତକରଣ, ପାନୀୟ ଜଳ ଯୋଗାଣ, ରାସ୍ତା, ଔଷଧ ୱାର୍ଡ, ସେଣ୍ଟ୍ରାଲ ଆଇସିୟୁ, ଭେଷଜ ମହାବିଦ୍ୟାଳୟର ଅଧିନସ୍ଥ କର୍ମଚାରୀମାନଙ୍କ ପାଇଁ ଗୃହ ନିର୍ମାଣ, ଆହାର କେନ୍ଦ୍ର, ଜରୁରୀ ଚିକିତ୍ସା (କୋଭିଡ) ହସ୍ପିଟାଲ, ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଯୁକ୍ତ ଖେଳ ଓ ଷ୍ଟାଡିୟମ ନିର୍ମାଣର ଅଗ୍ରଗତି, ନୂତନ ବାଳକ ହୋଷ୍ଟେଲ, ନୂତନ ବାଳିକା ଓ ସହାୟିକାଙ୍କ ହୋଷ୍ଟେଲ ସମସ୍ୟା ଓ ତାହାର ସମାଧାନ ବିଷୟରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଉଚିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ତାଗିତ କରିଥିଲେ । ସେହିପରି ଭାବେ ଓଡିଶା ସରକାରଙ୍କ ଦ୍ଵାରା ନୂତନ ଗୃହିତ ପ୍ରସ୍ତାବ ଉପରେ ସବିଶେଷ ଆଲୋଚନା କରିଥିଲେ । ସନ୍ଥ ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ, ବଲାଙ୍ଗିରର ୭୭.୮୨୬ ଏକର ଜମିର ଆଲୋଚନା, ମହାବିଦ୍ୟାଳୟ ସୂଚାରୁ ରୂପେ ପରିଚାଳନା କରିବା ଓ ଏକାଡେମିକ ୩ ବର୍ଷିୟା ଏମ୍‌ଡି/ଏମ୍‌ଏସ୍‌ ପାଠ୍ୟକ୍ରମ, ବିଷୟ ଆଲୋଚନା କରାଯାଇଥିଲା । ଏହି ପରିଚାଳନା ବୈଠକରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ. ସୁରେଶ ଚନ୍ଦ୍ର ଦଲାଇ, ଜିଲ୍ଲାପାଳ ଚଞ୍ଚଳ ରାଣା, ଶ୍ରୀମତୀ ଲିକା ସାହୁ, ଆଭାଷୀ ମଧ୍ୟମରେ ଡ. ସଚିଦାନନ୍ଦ ମହାନ୍ତି, ଡ. ସବିତା ମହାପାତ୍ର, ଡିନ ଓ ଅଧ୍ୟକ୍ଷା, ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ, ଡ. ମାନସୀ ପଣ୍ଡା, ଡ. ସିକତା ନନ୍ଦ, ଡଃ. ଶ୍ରୀକାନ୍ତ ପଣ୍ଡା, ମଧୁସୂଦନ ପତି, ଅବସରପ୍ରାପ୍ତ ପ୍ରଫେସର, ବିଶାଳ ପଣ୍ଡା, ସଭାପତି, ଛାତ୍ର ସଂଘ ତଥା ଭୀମ ଭୋଇ ଭେଷଜ ମହାବିଦ୍ୟାଳୟର ବିଭିନ୍ନ ପଦାଧିକାରୀ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.