ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାକୁ ତିନିଦିନିଆ ଗସ୍ତରେ ୫-ଟି ସଚିବ ଭି.କେ.ପଣ୍ଡିଆନ ଆସୁଛନ୍ତି । ଚଳିତ ୨୫, ୨୬, ୨୭ ତାରିଖରେ ହେଲିକପ୍ଟର ଯୋଗେ ଫାଇଭ-ଟି ସରକାରଙ୍କ ଗସ୍ତ ହେଉଥିବା ସରକାରୀ ଭାବେ ଜଣାପଡିଛି । ୫ଟି ସଚିବ ଭି.କେ.ପଣ୍ଡିଆନ ଲୋକଙ୍କ ସହିତ ମିଳାମିଶା କରି ଜନସମ୍ପର୍କତା ବୃଦ୍ଧି କରିବା ନେଇ ଆସୁଛନ୍ତି । ଲୋକଙ୍କର ମୌଳିକ ସମସ୍ୟା ବୁଝିବେ, ଅଭିଯୋଗ ଶୁଣି ନେବେ ବୋଲି ଦଳୀୟ ନେତ୍ତୃବର୍ଗ କହିଛନ୍ତି । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରକୁ ୫ଟି ସଚିବଙ୍କ ୨୭ ତାରିଖ ଅପରାହ୍ଣ ୩ ଘଣ୍ଟାରେ ହେଲିକ୍ୟାପ୍ଟର ଯୋଗେ ଛତ୍ରପୁର ଷ୍ଟାଡିୟମରେ ଅବତରଣ କରିବେ ବୋଲି କୁହାଯାଉଛି । ତାଙ୍କ ଗସ୍ତକୁ ନେଇ ଏଠାରେ ଉତ୍ସାହ ପ୍ରବଣ ବଢ଼ିବାରେ ଲାଗିଛି । ଜିଲ୍ଲାର ନେତା, ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ତତ୍ପରତା ବୃଦ୍ଧି ପାଇଛି । ଗୁରୁବାର ପ୍ରଭାତରେ ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ, ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ରାଜନୈତିକ ପର୍ଯ୍ୟବେକ୍ଷକ ତଥା (ରାଜ୍ୟସଭା ସଦସ୍ୟ) ସାଂସଦ ମାନସ ମଙ୍ଗରାଜ ସଦରମହକୁମା ଛତ୍ରପୁରର ଷ୍ଟାଡିୟମ ପରିଦର୍ଶନ କରିଯାଇଛନ୍ତି । ୫ଟି ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ସ୍ଥଳର ଭିତ୍ତିଭୂମିର ତଦାରଖ କରିଛନ୍ତି । ଏହି ସମୟରେ ଛତ୍ରପୁର ଷ୍ଟାଡିୟମରେ କ୍ରୀଡ଼ାଙ୍ଗାନରେ ନିୟୋଜିତ ଖେଳାଳି, ବୃଦ୍ଧିଜୀବୀ ତାଙ୍କୁ ସ୍ୱାଗତ କରିଥିଲେ । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ନଗର ବିଜେଡି ସଭାପତି ବି.ରାଜିବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ପୂର୍ବତନ କାଉନସିଲର ଟି.ଚନ୍ଦ୍ରଶେଖର ରାଓ, କିଶୋର ଚନ୍ଦ୍ର ସେନାପତି, ରାଜେଶ ସାହୁ ପ୍ରମୁଖ ବହୁ ଆଞ୍ଚଳିକ ଦଳୀୟ ବିଜେଡ଼ି ନେତ୍ତୃବର୍ଗ ତାଙ୍କୁ ଭେଟି ସ୍ୱାଗତ କରିଥିଲେ ।