oom

ବିଭିନ୍ନ ପଞ୍ଚାୟତକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଲେ କଣ୍ଟାବାଞ୍ଜି ବିଧାୟକ

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ଶ୍ରୀ ସାଲୁଜା ବଙ୍ଗୋମୁଣ୍ଡା ବ୍ଲକର କଁସିଲ ଓ ମୁଣ୍ଡପଦର ପଞ୍ଚାୟତକୁ ଗସ୍ତ କରିଥିଲେ । ବିଭିନ୍ନ ଗାଁରେ ଢୋଲ ବାଦ୍ୟ ଓ ସଂକୀର୍ତ୍ତନର ତାଳେ ତାଳେ ସ୍ୱାଗତ କରାଯାଇଥିଲା । ପ୍ରଥମେ ସେ ଖଇରପଦର, ଧୁଣ୍ଡିମହୁଲ, ଡୁମେରମୁଣ୍ଡା, ବାଲିଖମାର, କଁସିଲ, ଟିଟିସିଲେଟ, ବେହେରାବାହାଲି, ଗୋଦ୍ରାମୁଣ୍ଡା, ସାଗୁନଭାଡ଼ି, ଗୋବିନ୍ଦପୁର, କନ୍ଧବାହାଲ, ମୁଣ୍ଡପଦର ଗାଁକୁ ଗସ୍ତ କରି ଲୋକମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଗାଁଗୁଡିକରେ ଦେଖା ଦେଇଥିବା ପାନୀୟ ଜଳ ସମସ୍ୟା, ଭତ୍ତା, ରାସନ କାର୍ଡ, ରାସ୍ତା ଘାଟ, ସ୍ୱାସ୍ଥ୍ୟ ସମସ୍ୟା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗାଁଗୁଡିକରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ହେବ ସେ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ବିଭିନ୍ନ ଗାଁଗୁଡିକରେ ମହିଳାମାନେ ବିଧାୟକଙ୍କୁ ଫୁଲମାଳା ଦେଇ ଓ ବନ୍ଦାପନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ମୁଣ୍ଡପଦର ସରପଞ୍ଚ ରାଧାକାନ୍ତ ବେହେରା, ବଙ୍ଗୋମୁଣ୍ଡା ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ଓମ ପ୍ରକାଶ କୁମ୍ଭାର, ଯୁବନେତା ମଂଜେସ ମେହେର, ମୁଣ୍ଡପଦର ସମିତି ସଭ୍ୟ ନୀଳକଣ୍ଠ ବାରିକ ପ୍ରମୁଖଙ୍କ ସହ ବହୁ ଜନ ପ୍ରତିନିଧିମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.