oom

ବଙ୍ଗୋମୁଣ୍ଡା ବ୍ଲକ ଗସ୍ତ କଲେ ଉନ୍ନୟନ କମିଶନର : ବିଭିନ୍ନ କାର୍ଯ୍ୟଗୁଡିକର କଲେ ତଦାରଖ

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକକୁ ଗସ୍ତ କରି ବିଭିନ୍ନ କାର୍ଯ୍ୟର ତଦାରଖ କଲେ ଉନ୍ନୟନ କମିଶନର ଅନୁ ଗର୍ଗ । ବ୍ଲକର ଦେଢ଼ଗାଁ ପଞ୍ଚାୟତ ବାଗବାହାଲ ଗାଁକୁ ଉନ୍ନୟନ କମିଶନର ଅନୁ ଗର୍ଗ ଗସ୍ତ କରି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କେନାଲ ଠିକ୍‌ ଭାବରେ ଚାଷୀମାନଙ୍କ ଜମିକୁ ପାଣି ପହଞ୍ଚି ପାରୁଛି କି ନାହିଁ ତାର ତଦାରଖ କରିଥିଲେ । ଟିଟିଲାଗଡ଼ ଉପଖଣ୍ଡ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଉତ୍କୃଷ୍ଟ ମାନର ପ୍ରଚୁର ପରିମାଣରେ ପିଆଜ ଉତ୍ପାଦନ ହୋଇଥାଏ । ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁଛି କି ନାହିଁ ବୋଲି ଚାଷୀମାନଙ୍କ ଠାରୁ ପଚାରି ବୁଝିଥିଲେ ଓ ସିନ୍ଧେକେଲା ଠାରେ ନିର୍ମାଣ ଶେଷ ହୋଇଥିବା ପିଆଜ ଷ୍ଟୋରେଜ ଗୋଦାମକୁ ଯଥା ଶୀଘ୍ର ଚାଲୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କର ଏହି ଗସ୍ତ ସମୟରେ ସଂଜୀବ ଚଢା, ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ଓଏଲଏମ ଡ଼ିପିଏମ କମଳେନ୍ଦୁ ପାଳ, ଡିଡିଏଚ ପ୍ରଫୁଲ୍ଲ ଭୋଇ, ଏଡିଏଚ ମନବୋଧ ମାଝୀ, ବିଭୁବନ୍ତ ବରାଲ ସହିତ ବଙ୍ଗୋମୁଣ୍ଡା ଉଦ୍ୟାନ କୃଷି ବିଭାଗ ଅଧିକାରୀ ସୁନୀଲ କୁମାର ମାଝୀ ଉପସ୍ଥିତ ଥିବା ବେଳେ ଅଞ୍ଚଳରେ ସଚେତନମୂଳକ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ କମିଶନର ଉପସ୍ଥିତି କିଛି କାମ ଉପରେ ଦୃଷ୍ଟି ଆକର୍ଷଣ କରାଇଥିଲେ ଏବଂ ଉନ୍ନତ ମାନର ପନିପରିବା ସଭାସ୍ଥଳୀ ପଦର୍ଶିତ କରିଥିବା ଦେଖି ଉଦ୍ୟାନ ବିଭାଗକୁ ଭୁରି ଭୁରି ପ୍ରଶଂସା କରି ଫେରି ଯାଇଥିଲେ ।

jittmm
Leave A Reply

Your email address will not be published.