centurian jitm

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଗସ୍ତକୁ ନେଇ ପ୍ରଶାସନିକ କ୍ଷେତ୍ରରେ ତତ୍ପରତା ପ୍ରକାଶ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଗସ୍ତକୁ ନେଇ ପ୍ରଶାସନିକ କ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରସ୍ଥିତ ଅନସ୍ଲୋ ମିନି-ଷ୍ଟାଡିୟମରେ ଅପରାହ୍ନ ୩ଘଣ୍ଟା ସମୟରେ ହେଲିକ୍ୟାପ୍‌ଟରରୁ ଅବତରଣ କରି ଛତ୍ରପୁର ମୁଖ୍ୟ-ଷ୍ଟାଡିୟମରେ ଆୟୋଜିତ ହେଉଥିବା ମେଗା ସଭାମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିବେ । ଏଥିପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ବିଭିନ୍ନ ପ୍ରକଳ୍ପର ଆନୁଷ୍ଠାନିକ ଉଦ୍‌ଘାଟନୀ, ଶିଳାନ୍ୟାସ ଆଦି କରିବା ସାଂଗକୁ ସଭାମଞ୍ଚରେ ଅଭିଭାଷଣ ଦେବା ଉଦ୍ଦେଶ୍ୟରେ ଅସ୍ଥାୟୀ ହେଲିପେଡ଼ରେ ହେଲିକପ୍ଟର ମାଧ୍ୟମରେ କବିସୂର୍ଯ୍ୟନଗର, ହିଞ୍ଜିଳିକାଟୁ ଏବଂ ଛତ୍ରପୁରଠାରେ ଆୟୋଜିତ ସଭାମଞ୍ଚରେ ଗଞ୍ଜାମ ଜିଲ୍ଲାର ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଯୋଗଦେବେ ଏବଂ ଗଞ୍ଜାମ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଆନୁଷ୍ଠାନିକ ସଭା ମଞ୍ଚରେ ମୁଖ୍ୟମନ୍ତନ୍ତ୍ରୀ ଅଭିଭାଷଣ ପ୍ରଦାନ କରିବେ । ଏଥିନିମିତ୍ତ ବ୍ୟବସ୍ଥିତ ଉକ୍ତ ତିନୋଟି ସ୍ଥାନମାନଙ୍କରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ମାଧ୍ୟମରେ ଅବତରଣ କରି ସଭାମଞ୍ଚକୁ ଯିବାର କାର୍ଯ୍ୟକ୍ରମ ରହିଛି ।

୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଦିନିକିଆ ଗଞ୍ଜାମ ଗସ୍ତରେ ଆସୁଥିବା ବେଳେ ଜିଲ୍ଲାର ଚାରିଆଡ଼େ ଉତ୍ସାହର କୋଳାହଳ ସହ ଆନନ୍ଦର ଚହଳ ସୃଷ୍ଟି ହୋଇଛି । ପ୍ରଥମେ ମୁଖ୍ୟମନ୍ତ୍ରୀ ଦିବା ୧୧ଘଣ୍ଟା ସମୟରେ କବିସୂର୍ଯ୍ୟନଗର ଯିବେ ଏବଂ ପରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକୁ ମଧ୍ୟାହ୍ନ ୧୨ ଘଣ୍ଟା ୧୫ମିନଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିବା ବେଳେ ହିଞ୍ଜିଳି ଆଇ.ବି.ରେ ମଧ୍ୟାହ୍ନ ଭୋଜନ ସାରି କିଛି ସମୟ ବିରତି ପରେ ଜିଲ୍ଲା ମହକୁମା ଛତ୍ରପୁରରେ ଅପରାହ୍ଣ ୩ଘଣ୍ଟା ୨୦ ମିନଟରେ ସମୟ ଧାର୍ଯ୍ୟଥିବା ସମବେତ ଜନତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସଭାମଞ୍ଚ ପାଇଁ ପ୍ରମୁଖ ସ୍ଥାନମାନଙ୍କରେ ହେଲିକପ୍ଟର ମାଧ୍ୟମରେ ଅବତରଣ କରିବେ ବୋଲି ସରକାରୀ ଭାବେ କୁହାଯାଇଛି ।
ଗଞ୍ଜାମ ଏସ୍‌ପି ଜଗମୋହନ ମୀନା, ବ୍ରହ୍ମପୁର ଆଇ.ଜି.ସତ୍ୟବ୍ରତ ଭୋଇ, ଡ଼ି.ଆଇ.ବି. ଡ଼ିଏସପି ଅଜୟ କୁମାର ମିଶ୍ର, ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ପ୍ରମୁଖ ବହୁ ପୋଲିସ ଅଧିକାରୀ ଛତ୍ରପୁର ଷ୍ଟାଡିୟମଠାରେ ବ୍ୟବସ୍ଥିତ ସଭାମଞ୍ଚ ପରିସର ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ସେହିପରି ଅନ୍ୟ ଦୁଇଟି ସ୍ଥାନ ମଧ୍ୟ ଗଞ୍ଜାମ ଏସପି ଏବଂ ବ୍ରହ୍ମପୁର ଆଇ.ଜି. ପ୍ରମୁଖ ସଦଳବଳେ ପରିଦର୍ଶନ କରି ତନଖି କରିଛନ୍ତି । ତିନୋଟି ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଏହି ଦିନିକିଆ ଗସ୍ତ ଓ ଯୋଗଦାନକୁ ଲକ୍ଷ୍ୟ କରି ଗୁଇନ୍ଦା ବିଭାଗ ସହ ସମ୍ପର୍କ ରକ୍ଷାକରି ଆଇନ ଶୃଙ୍ଖଳାକୁ ଭଲ ଭାବେ ତଦାରଖ କରିବାରେ ଗଞ୍ଜାମ ପୋଲିସ ପ୍ରଶାସନ ବ୍ୟସ୍ତ ଥିବା ଜଣାପଡିଛି ।

Leave A Reply

Your email address will not be published.