ଦୟା ନଦୀ ବନ୍ଧରେ ଗର୍ତ୍ତ ସୃଷ୍ଟି : ମରାମତି ପାଇଁ ସାଧାରଣରେ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଣାସରୁ ବେଗୁନିଆପଡ଼ା ବ୍ରିଜକୁ ସଂଯୋଗ କରୁଥିବା ନଦୀବନ୍ଧ ରାସ୍ତର ଶିଶୁଆପଦାଠାରେ ୫ଫୁଟର ଗର୍ତ୍ତ ସୃଷ୍ଟି ଯୋଗୁଁ ଲୋକେ ଦୁର୍ଘଟଣାର ସମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଜଟଣୀ ଖୋର୍ଦ୍ଧା ଡେଲାଙ୍ଗ କଣାସକୁ ସେହି ନଦୀ ବନ୍ଧ ରାସ୍ତରେ ଶହ ଶହ ସଂଖ୍ୟାରେ ଲୋକେ ଯାତାୟାତ କରିଥାନ୍ତି । କିନ୍ତୁ ଦୁଃଖର ବିଷୟ ସପ୍ତାହେ ହେଲା ରାସ୍ତା ମଝିରେ ଗର୍ତ୍ତ ସୃଷ୍ଟି ହେବା ଫଳରେ ବହୁ ଲୋକ ଦୁର୍ଘଟଣାରେ ପଡି ଆହତ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦେଖା ଦର୍ଶନ ନାହିଁ କି ମରାମତି ହେଉନାହିଁ ବୋଲି ଅଭିଯୋଗ ହେଉଛି । ସୂଚନା ଥାଉକି ବନ୍ୟା ସମୟରେ ସେହି ସ୍ଥାନରେ ଘଲିଆ ପଡିଥିଲା, ରାସ୍ତା ଦୁର୍ବଳ ତଥା ନିମ୍ନମାନର କାମ ଯୋଗୁଁ ଭାରିଯାନ ଯାତୟତ ସମୟରେ ରାସ୍ତା ଦବି ଯାଇ ଗର୍ତ୍ତ ସୃଷ୍ଟି ହୋଇଛି । ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.