ommm
jittmm

ଦୁଲେନ ଗ୍ରାମରେ ଗ୍ରାମସଭା ଅନୁଷ୍ଠିତ

  • ଦୁଲେନ ଗ୍ରାମରେ ସ୍ୱଳ୍ପ ଓ ଦୀର୍ଘ ମିଆଦୀ ଯୋଜନା ପାଇଁ ଗ୍ରାମ ସଭା

କଳାହାଣ୍ଡି (ପି.କେ ସାହୁ) : କଳାହାଣ୍ଡି ଜଶଲ୍ଲା ମ.ରାମପୁର ବ୍ଲକ ଡି.କର୍ଲଳଖୁଣ୍ଟା ଗ୍ରାମ ପଞ୍ଚାୟତର ଦୁଲେନ ଗ୍ରାମଠାରେ ଆଜି ବୁଧବାର ଦିନ ଜଙ୍ଗଲ ପରିଚାଳନା କମିଟି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ସ୍ୱଳ୍ପ ଓ ଦିର୍ଘ ମିଆଦୀ ଯୋଜନା ନିମନ୍ତେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମ.ରାମପୁର ତହସିଲଦାର ସୁଧାକର ରାଇତା, ଜଙ୍ଗଲ ବିଭାଗର ମ. ରାମପୁର ବନାଞ୍ଚଳର ଏ.ସି.ଏଫ.ଅସିତ କୁମାର ଦାସ, ଜିଲ୍ଲା ସଂଯୋଜକ ଦ୍ରୋଣ ସୁନା, ସେବାଜଗତ ସଂଯୋଜକ ଟଂକଧର ବଗର୍ତ୍ତି, ପ୍ରଦାନ ଅନୁଷ୍ଠାନର ଦଳପତି ହୃଦାନନ୍ଦ ମହାପାତ୍ର, ପି.ଇ.ଓ. ସୁରେଶ କୁମାର ଜାଲ,ଏଫ.ଆର.ଏ ବ୍ଲକ ସଂଯୋଜକ ମୋତିଲାଲ ସାହୁ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ କୁମାର ନାୟକ, କମିଟି ସଭାପତି ମନୋହର ପାତ୍ର ,ୱାର୍ଡ ମେମ୍ବର ସୁକାନ୍ତି ମାଝି, ବନପାଳ ରତ୍ନାକର ଧାରୁଆ, ସମ୍ପଦ କୁମାର, ଦୀପକ ସା, କାମ୍ପା ଡି.ଇ.ଓ., ଶଙ୍କର ରଣା, ସେବାଜଗତର ସାରଦା ମାଝୀ, ପ୍ରବୀଣ ଦିଗାଲ, ରାଧେ ଶ୍ୟାମ ଭୋଇ, ବିକାଶ ଅଧିକାରୀ ସଦାନନ୍ଦ ପଧାନ ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲ, ଜମି ଓ ଜଳର ସୁରକ୍ଷା ଓ ଏହାକୁ ନେଇ ଜୀବନ ଜୀବିକା ଉପରେ ବିସ୍ତୃତ ଆଲୋଚନା କରି କାର୍ଯ୍ୟଖସଡା ଓ ଯୋଜନାକୁ କାର୍ଯ୍ୟକାରୀ ଉପରେ ଦିଗଦର୍ଶନ ଦେବା ସହ ସ୍ୱଳ୍ପ ଓ ଦୀର୍ଘ ମିଆଦୀ ଯୋଜନା ପାଇଁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଦୁଲେନ ଅଞ୍ଚଳର ଶତାଧିକ ହିତାଧିକାରୀ ଉପସ୍ଥିତ ଥିବା ବେଳେ ସେବାଜଗତ ଶ୍ରୀ ବଗର୍ତ୍ତି ମଞ୍ଚ ପରିଚାଳନା ଓ ଅମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.