oom

ଜୟପାଟଣାରେ ସୁନ୍ନି ମୁସଲିମ ଜମାତ ତରଫରୁ ସମଗ୍ର ଦେଶବାସୀଙ୍କୁ “ଇଦ ମୁବାରକ “

jsmm

ଜୟପାଟଣା, (ଶେଷଦେବ ବେହେରା) : ପବିତ୍ର ରମଜାନ ମାସର ଅନ୍ତିମ ଦିବସରେ, ଜୟପାଟଣା ଜୁମ୍ମା ମସଜିଦଠାରେ ଇଦ ପର୍ବ ହସ ଖୁସିର ସହ ପାଳିତ ହୋଇ ଯାଇଛି । ଏହି ଅବସରରେ ଜୟପାଟଣା, ମୂଖିଗୁଡା, କୋକସରା ଅଂଚଳର ସମସ୍ତ ମୁସଲମାନ ଭାଇମାନେ ଜୁମ୍ମା ମସଜିଦ ଠାରେ ଏକତ୍ରିତ ହୋଇ ସମବେତ ଭାବେ ମୌଲାନାସୟଦ ମୌଜମଙ୍କ ଦ୍ୱାରା ଇଦ ନମାଜର ପଠନ ହୋଇଥିଲା । ନମାଜ ଶେଷରେ ଦେଶବାସୀଙ୍କ ସୁଖ ସମୃଦ୍ଧି ନିମନ୍ତେ ଆଲ୍ଲାହଙ୍କ ନିକଟରେ ସମବେତ ଆଶୀର୍ବାଦ ଭିକ୍ଷା କରାଯାଇଥିଲା । ଏକ ଆନନ୍ଦ, ଉଲ୍ଲାସ, ଭାଇଚାରାର ସମ୍ପର୍କ ମଧ୍ୟରେ ପବିତ୍ର ଇଦ ପର୍ବ ପାଳିତ ହୋଇଯାଇଥିବା ଯୋଗୁଁ, ଜୁମ୍ମା ମସଜିଦ କମିଟି ସଭାପତି ଯୁସୁଫ ଖାନ, ସମ୍ପାଦକ ନିବାସ ଅଲ୍ଲୀ, ଜବାର ଖାନ, ଫକୀର ଖାନ, ମୁସ୍ଥାଫିଜ ଅଲ୍ଲୀ, ଆବେଶ ମହମ୍ମଦ, ଫିରୋଜ ଖାନ, ନବାବଖାନ, ଆରିଫ ଅଲ୍ଲୀ, ନୁରତାଜ ଅଲ୍ଲୀ, ମେହେବୁବ ଅଲ୍ଲୀ, ତାହିର ଅଲ୍ଲୀ, ଅହମ୍ମଦ ଅଲ୍ଲୀ, ଗୁଲ ମହମ୍ମଦ, ଦୋସ୍ତ ମହମ୍ମଦ, ହୁସେନ ହାପିଜ, ଶେଖ ସୁଭାନ, ଶେଖ ସୋବି, ସଫି ମହମ୍ମଦ, ୟାର ଖାନ ମହସିନ ଖାନ, ଅମନ ଖାନ, ବିକ୍କୀ ବାବୁ, ପ୍ରମୁଖ ସମଗ୍ର ଦେଶବାସିଙ୍କୁ ଇଦ ମୁବାରକ ଜଣେଇଛନ୍ତି ।

jittmm
Leave A Reply

Your email address will not be published.