jayashree

ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ଦ୍ୱାରା ଗଞ୍ଜେଇ ସହ ବୋଲେରୋ ଜବତ : ଜଣେ ଗିରଫ, ଦୁଇ ଫେରାର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନା ମହାମାରୀକୁ ରୋକିବାକୁ ସରକାର ସମଗ୍ର ରାଜ୍ୟରେ ସଟଡାଉନ ଘୋଷଣା କରିଥିବା ବେଳେ ଚୋରା ଗଞ୍ଜେଇ ବେପାରୀ ମାନେ ଏହି ଅଞ୍ଚଳରେ ବେଶ ସକ୍ରିୟ ଥିବାର ସୂଚନା ପାଇ କନ୍ଧମାଳ ଏସ.ପି. ବିନୀତ ଅଗ୍ରୱାଲ, ବାଲିଗୁଡା ଏସ.ଡି.ପି.ଓ.ମନୋଜ କୁମାର ପୂଜାରୀଙ୍କୁ ଏଥି ପ୍ରତି ତୀକ୍ଷ୍ଣ ନଜର ରଖିବାକୁ କଡା ନିର୍ଦେଶ ଦେଇଥିଲେ । ଏନେଇ ମଙ୍ଗଳବାର ଅପରାହ୍ନରେ ଏକ ବିଶେଷ ସୁତ୍ରରୁ ଖବରପାଇ ବାଲିଗୁଡା ଏସ.ଡି.ପି.ଓ ମନୋଜ କୁମାର ପୂଜାରୀ ବାଲିଗୁଡା ପୋଲିସ ଟିମକୁ ସିନ୍ଦିରୀ ଗାଁ, ଅଣ୍ଡାରୀ ଗାଁ , କିଲୁଗାଁ ରାସ୍ତାର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରିବା ପାଇଁ ନିର୍ଦେଶ ଦେଇଥିଲେ । ନିର୍ଦେଶକୁ ବାଲିଗୁଡା ପୋଲିସ ଗୁରୁତର ସହ ନେଇ ଅଣ୍ଡାରୀ ଗାଁ-କିଲୁ ଗାଁ ରାସ୍ତାର ପାର୍ଶ୍ଵବର୍ତୀ ଏକ ଜଙ୍ଗଲରେ ଗଞ୍ଜେଇ ମଫିଆ ମାନେ ଗଞ୍ଜେଇ ଠୁଳ କରି ବିଭିନ୍ନ ଜାଗାକୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏସ.ଆଇ ଦୀପକ ରାଉତ ଓ ତାଙ୍କ ଟିମ ଏହାକୁ ଠାବ କରି ଚଢ଼ାଉ କରିଥିଲେ । ଘଟଣା ସ୍ଥଳରୁ ପୋଲିସ ୪୬୪ କିଲୋ ଗଞ୍ଜେଇ ସହ ଗୋଟିଏ ବୋଲେରୋ ଯାହାର ନଂ.ଓଆର-୦୨-ଏୟୁ- ୯୮୬୭ ଏବଂ ଜଣେ ଗଞ୍ଜେଇ ମଫିଆକୁ କାବୁ କରିଥିଲା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିଲେ । ଏସଂକ୍ରାନ୍ତରେ ବାଲିଗୁଡା ଥାନା ପୋଲିସ କେଶ ନଂ.୮୨/୨୧ ୟୁ/ଏସ- ୨୦ (ବି) (ଆଇଆଇ) (ସି) ୨୫/୨୯ ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏସ.ଆଇ ରବିନ୍ଦ୍ର ମୁଣ୍ଡାରୀ ଏହାର ତଦନ୍ତ ଭାର ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.