୨୫ କିଲୋ ଗଞ୍ଜେଇ ଜବତ, ୪ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇ ସହରର ବିଭିନ୍ନ ସ୍ଥାନରୁ ୪ ଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୫ କିଲୋ ଗଞ୍ଜେଇ ଜବତ କରିଛି । ଗିରଫ ଯୁବକମାନେ ହେଲେ ଝାଡଖଣ୍ଡ ରାଜ୍ୟର ରିତେଶ କୁମାର , ମାଲାକାନାଗିରି ଅଂଚଳର କୃଷ୍ଣ କାରା, ଦିଗପହଣ୍ଡି ନାରାୟଣପୁର ଅଂଚଳର ତପନ ବିଷୋୟୀ ଓ କଟକ ଲେଖନପୁର ଗ୍ରାମର କାହ୍ନୁ ବେହେରା । ସମସ୍ତଙ୍କୁ ଅବକାରୀ ଗୁଇନ୍ଦା ବିଭାଗ ଅଲଗା ଅଲଗା ସ୍ଥାନରୁ ଗିରଫ କରିଛି ।

Leave A Reply

Your email address will not be published.