ସ୍ୱାଭିମାନ ଅଞ୍ଚଳରେ ୪୨ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ଯୋଡ଼ାମ୍ବ ଥାନା ପୁଲିସ

ମାଲକାନଗିରି : ମାଲକାନଗିରି ଏସପି ନିତେଶ ୱାଧନୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ପୁଲିସ ପକ୍ଷରୁ ‘ଅପରେସନ ସବୁଜ ଜହର’ ଆରମ୍ଭ ହୋଇ ଯାଇଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ଥାନା ପୁଲୁସ ପକ୍ଷରୁ ତରାବେଢା ଗ୍ରାମ ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଚାଷ ଉପରେ ଚଢ଼ଉ କରାଯାଇଥିଲା । ତରାବେଢା ଜଙ୍ଗଲ ଜମିରେ ହୋଇଥିବା ବେଆଇନ ୪୨ ଏକର ଗଞ୍ଜେଇ ଚାଷ ଉପରେ ଚଢ଼ଉ କରି ୬୩ ହଜାର ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରି ଦେଇଛନ୍ତି । ପୁଲିସର ସୂଚନା ମୁତାବକ, ଏହାର ମୂଲ୍ୟ ପ୍ରାୟ ୬୧ ଲକ୍ଷ ଟଙ୍କା ହେବ ।

Leave A Reply

Your email address will not be published.