lika

କାର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ : ୧ ଗିରଫ

gbag

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ (ବାଇପାସ)ର ଉଜ୍ଜଳେଶ୍ୱର ମନ୍ଦିର ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ କନ୍ଧମାଳରୁ ଭୁବନେଶ୍ୱର ଆସୁଥିବା ଗୋଟିଏ ଟାଟା ଇଣ୍ଡିଗୋ-କାରରୁ (ଓଡି-୦୫ ଏମ୍-୩୨୧୬) ୧୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ କନ୍ଧମାଳ ଜିଲ୍ଲାର କାନ ଜୁଡ଼ାସଙ୍କୁ ଗିରଫ କରାଯାଇଛି । ଜବତ କାର ଓ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଗଞ୍ଜାମ ଜିଲ୍ଲା ଛତ୍ରପୁର ହେଡକ୍ୱାଟର ଅବକାରୀ ବିଭାଗ ସୂଚନା ଦେଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଓ ଜିଲ୍ଲା ଅବକାରୀ ଅଧୀକ୍ଷକ ଦେବୀପ୍ରସାଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ଷ୍ଟ୍ରାଇକିଙ୍ଗ ଫୋର୍ସ ପକ୍ଷରୁ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତ୍ତୃତ୍ୱରେ ଗଠିତ ଏହି ସ୍ୱତନ୍ତ୍ର ଟିମ୍‌ ସଂଗଠିତ ହୋଇ ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥରେ ଷ୍ଟ୍ରାଇକିଙ୍ଗ ଜାରି କରିଥିଲେ । ଯାହାକି ଛତ୍ରପୁର ଜିଲ୍ଲା ଅବକାରୀଙ୍କୁ ଏହି ସଫଳତା ମିଳିଥିବା ଜଣାଯାଇଛି । ଉକ୍ତ ଚଢାଉରେ ଏସ୍‌.ଆଇ ଧନଞ୍ଜୟ ପାତ୍ର, ଏ.ଏସ୍‌.ଆଇ ରବୀନ୍ଦ୍ର ବିଶ୍ୱାଳ, କୁମୁଦ ଚନ୍ଦ୍ର ନାୟକ ଓ ଅବକାରୀ ଷ୍ଟାଫମାନେ ସାମିଲ ହୋଇ ଏହି କାର୍ଯ୍ୟରେ ସକ୍ରୀୟ ଥିଲେ ।

babaa
Leave A Reply

Your email address will not be published.