୧୦୭ କିଲୋ ଗଞ୍ଜେଇ ଜବତ : ଅଭିଯୁକ୍ତ ଫେରାର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଗୋଟିଏ ଗାଡ଼ି ସହ ୧୦୭ କିଲୋ ଗଂଜେଇ ଜବତ କରାଯାଇଛି । ସୂଚନା ମୁତାବକ ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ବ୍ରାହ୍ମଣିପାଲି ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ବାହାରକୁ ଗଞ୍ଜେଇ ଚାଲାଣ ପାଇଁ ଗାଡିରେ ଭର୍ତ୍ତି କରାଯାଉଥିଲା । ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ଜିଲ୍ଲା ଅବକାରୀ ବିଭାଗର ଏକ ଟିମ୍‌ ଇନିସପେକ୍ଟର ସାଗରିକା ପ୍ରଧାନଙ୍କ ନେତୃତ୍ୱରେ ଚଢାଉ କରିଥିଲେ । ଅବକାରୀ କର୍ମଚାରୀଙ୍କୁ ଦେଖି ଗଞ୍ଜେଇ ଚୋରା ଚାଲାଣକାରୀମାନେ ଜଙ୍ଗଲ ମଧ୍ୟକୁ ଦୌଡି ପଳାଇଥିଲେ । ସେହି ସ୍ଥାନରୁ ଏକ ଗାଡ଼ି ସହିତ ୧୦୭ କିଲୋ ଗଞ୍ଜେଇ ମଧ୍ୟ ଜବତ କରାଯାଇଛି । ଏହି ଚଢାଉରେ ଅବକାରୀ ବିଭାଗର ମୋବାଇଲ ସ୍କ୍ୱାଡ ଇନିସପେକ୍ଟର ସ୍ପନ୍ଦନ ମହାନ୍ତି, ଏଏସଆଇ ରୁପେଶ ମୁଖୀ, ଅଞ୍ଜନ କୁମାର ଜେନା, କନେଷ୍ଟବଳ ଲୋକନାଥ ଭୋଇ, ସତ୍ୟ ମୁଖୀ, କୈଳାଶ ଚନ୍ଦ୍ର ସାହୁ, ଅଞ୍ଜଳି ଅମାତ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.