om academy

ଜଙ୍ଗଲ ଭିତରୁ ୭୫୦ କୁଇଣ୍ଟାଲ ଗଞ୍ଜେଇ ଜବତ

jsm

ଲମତାପୁଟ : ଜଙ୍ଗଲ ଭିତରୁ ୭୫୦ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର ଏସଡିପିଓଙ୍କ ନେତୃତ୍ଵରେ କଣ୍ଟା ଗାଁ ନିକଟ ଜଙ୍ଗଲ ଭିତରୁ ୭୫୦କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ଓ ଲମତାପୁଟ ପୋଲିସ । ତେବେ ଘଟଣାସ୍ଥଳରୁ ମାଫିଆମାନେ ଫେରାର୍ ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ପ୍ରାୟ ୭୫୦କୁଇଣ୍ଟାଲ ଗଞ୍ଜେଇ ଥିବା ଜଣାପଡଇଛି । ଜବତ ଗଞ୍ଜେଇର ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ଗଞ୍ଜେଇ ସବୁ ବାହାର ରାଜ୍ୟକୁ ଚୋରା ଚାଲାଣ କରିବାକୁ ରଖାଯାଇଥିଲା । ଚଳିତ ବର୍ଷ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ପାଇଁ ଏହା ବଡ଼ ସଫଳତା । ପ୍ରାୟ ୮ ଶହ ଏକର ଗଞ୍ଜେଇ ଚାଷ ନଷ୍ଟ କରିବାରେ ପୋଲିସ ସଫଳ ହୋଇଥିବା ବେଳେ ଗଞ୍ଜେଇ ଗଛିତ ଥିବା ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.