୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ ସହ ୬ ଗିରଫ

କଟକ : ଟାଙ୍ଗୀ ବାଲିକୁଦା ନିକଟରୁ ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ବାଡ୍ ଚଢାଉ କରି ଏହି ଗଞ୍ଜେଇ ଜବତ କରିଥିବା ସୂଚନା ରହିଛି । ଏହି ଚଢାଉରେ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୬ଜଣଙ୍କୁ ଗିରଫ କରାଯାଇଛି । ଏହାସହ ଗଞ୍ଜେଇ ଚାଲାଣ ହେଉଥିବା ଗୋଟିଏ ପିକଅପ ଭ୍ୟାନ୍ ଏବଂ ଗୋଟିଏ କାର୍ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ଏହି ଗଞ୍ଜେଇ କନ୍ଧମାଳରୁ କୋଲକାତା ଚାଲାଣ ହେଉଥିଲା । ଗିରଫ ୬ ଜଣଙ୍କ ମଧ୍ୟରେ ୪ ଜଣ ପଶ୍ଚିମବଙ୍ଗର ଏବଂ ୨ ଜଣ କନ୍ଧମାଳ ଜିଲ୍ଲାର ଅଛନ୍ତି ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.