oom

୪୧ କେଜି ଗଞ୍ଜେଇ ଜବତ ସହ ୨ ଗିରଫ

jsmm

ମୁନିଗୁଡା : ମୋହନାରୁ ଉତ୍ତର ପ୍ରଦେଶକୁ ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ରାୟଗଡା ଜିଲ୍ଲା ବିଷମ କଟକ ପୋଲିସ ସ୍ଥାନୀୟ ନେତାଜୀ ଛକ ନିକଟରେ ଯାଞ୍ଚ କରିବା ସମୟରେ ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଦୁଇ ଜଣ କମଲେଶ କୁମାର ଓ ମୁକେଶ କୁମାର ବେଶଲି ଜଣାପଡିଛି । ଉଭୟଙ୍କ ଘର ଉତ୍ତରପ୍ରଦେଶରେ ହୋଇ ଥିବା ବେଳେ ସେମାନଙ୍କ ନିକଟରୁ ୪୧ କେଜି ୪୫ଗ୍ରାମ ଗଞ୍ଜେଇ, ୩ଟି ମୋବାଇଲ ଓ ୫୧୪୦ ଟଙ୍କ ନଗଦ ଟଙ୍କା ଜବତ ହୋଇଛି । ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୨ଲକ୍ଷ ୫ହଜାର ୨୨୫ ଟଙ୍କା ବୋଲି ସୂଚନା ରହିଛି ।

jittmm
Leave A Reply

Your email address will not be published.