om academy

ବିପୁଳ ପରିମାଣର ଗଞ୍ଜେଇ ଜବତ

jsm

ଲମତାପୁଟ : ମାହାଡା ଗ୍ରାମରୁ ଛତିଶଗଡ଼କୁ ଗଞ୍ଜେଇ ଚୋରାଚାଲାଣ ବେଳେ ଦୁଇଟି କାର୍‌ରୁ ୪ଟି ବସ୍ତାରେ ପ୍ରାୟ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରି ୪ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ଦେଉଳପଡା ଗାଁ ନିକଟରେ ଚେକିଂ କରୁଥିବା ସମୟରେ ଗୋଟିଏ କାର ଦୃତ ଗତିରେ ଆସୁଥିବାରୁ ତାକୁ ଅଟକାଇଥିଲା । ଯାଞ୍ଚ୍ କରିବାରୁ କାର୍‌ ଭିତରୁ ୩ ବସ୍ତା ଗଞ୍ଜେଇ ଜବତ ହୋଇଛି । ଏହା ସହିତ ୪ଜଣ ମାଫିଆଙ୍କୁ କାବୁ କରିଛି ପୋଲିସ । ସେହିପରି ପଛପଟେ ଆସୁଥିବା ଆଉ ଏକ କାର୍‌ ପୋଲିସକୁ ଦେଖି ଫେରାର ମାରିଥିଲା । କାର୍‌ଟିକୁ ଘଟଣାସ୍ଥଳରେ ଛାଡି ୨ ମାଫିଆ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ । ପୋଲିସ ସେହି କାର୍‌କୁ ଯାଞ୍ଚ୍ କରିବା ପରେ ସେଥିରୁ ମଧ୍ୟ ଗୋଟିଏ ବସ୍ତା ଗଞ୍ଜେଇ ଜବତ ହୋଇଛି । ୨ଟି କାର୍‌ରୁ ମୋଟ ଏକ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ ହୋଇଛି । ଯାହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ହେବ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ହୋଇଥିବା ଯୁବକମାନେ ଲମତାପୁଟ ବ୍ଲକ ମାହାଡ଼ା ଗ୍ରାମର ସୁରେନ୍ଦ୍ର ମାଣ୍ଡି, ଗୋପୀ ପାଙ୍ଗି, ଜୟରାମ ବଡନୟକ ଏବଂ ନନ୍ଦପୁର ବ୍ଲକ ଲିଟିପୁଟ ଗ୍ରାମର ବାସୁଦେବ ଖିଲ ବୋଲି ଜଣାପଡିଛି ।

Leave A Reply

Your email address will not be published.